କଲମପୁର/କ୍ରାନ୍ତିକ୍ଷେତ୍ର ନ୍ୟୁଜ୍ (ଗଣେଶରାମ ବାଗ) : ଆଦୌ ନାମ ଲେଖାଇ ନଥିବା, ଅଧାରୁ ପାଠ ଛାଡ଼ିଦେଇଥିବା ଛାତ୍ରଛାତ୍ରୀମାନଙ୍କୁ ମୂଖ୍ୟ ସ୍ରୋତରେ ସାମିଲ କରିବା ଉଦ୍ଦେଶ୍ୟରେ କଲମପୁର ଗୋଷ୍ଠି ଶିକ୍ଷା ଅଧୀନରେ ଥିବା ପ୍ରତ୍ୟେକ କ୍ଲଷ୍ଟରରେ ଶିକ୍ଷା ସଭା ଅନୁଷ୍ଠିତ ହୋଇଯାଇଛି। ପ୍ରଥମେ ଛାତ୍ରଛାତ୍ରୀ, ଶିକ୍ଷକ, ଅଭିଭାବକ, ଉକ୍ତ ଅଞ୍ଚଳର ଜନ ପ୍ରତିନିଧି, ଶିକ୍ଷାବିତ ତଥା ବୃଦ୍ଧିଜୀବିମାନଙ୍କୁ ନେଇ ଏକ ଶିକ୍ଷା ସଚେତନ ପଦଯାତ୍ରା କରାଯାଇଥିଲା। ପରେ ଏକ ଶିକ୍ଷା ସଭା ଅନୁଷ୍ଠିତ ହୋଇଥିଲା। ଉକ୍ତ ଶିକ୍ଷା ସଭାରେ ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ ମାନେ ଶିକ୍ଷା ସଭାର ଉଦ୍ଦେଶ୍ୟ ଜ୍ଞାପନ କରିଥିଲେ। ଅଧାରୁ ପାଠ ଛାଡ଼ିଦେଇଥିବା ଓ ଆଦୌ ନାମ ଲେଖାଇନଥିବା ଶିଶୁମାନଙ୍କୁ ମୂଖ୍ୟ ସ୍ରୋତରେ ସାମିଲ କରିବା ପାଇଁ ସମସ୍ତେ ସହମତି ପ୍ରକାଶ କରିଥିଲେ। ଶିକ୍ଷା ସଭା ଗୁଡ଼ିକ ବରଗାଁ କ୍ଲଷ୍ଟରର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ବଙ୍କାପଲା, କଲମପୁର କ୍ଲଷ୍ଟରର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ବାଗପଡା,ମୀନଗୁର କ୍ଲଷ୍ଟରର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଧନପୁର, ମଣ୍ଡଳ କ୍ଲଷ୍ଟରର ସରକାରୀ ପ୍ରାଥମିକ ବିଦ୍ୟାଳୟ ମଣ୍ଡଳ,ବିଜମରା କ୍ଲଷ୍ଟରର ସରକାରୀ ପ୍ରାଥମିକ ବିଦ୍ୟାଳୟ ବିଦ୍ୟାଳୟ ବିଜମରା ଓ ଚୁରାଗା କ୍ଲଷ୍ଟରର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପୋରୁଆଗୁଡା ଠାରେ ଅନୁଷ୍ଠିତ ହୋଇଥିଲା।
