ପଞ୍ଚାୟତିରାଜ ମନ୍ତ୍ରୀଙ୍କ ଗୋଲାମୁଣ୍ଡା ବ୍ଲକ ଗସ୍ତକୁ ନେଇ ପ୍ରସ୍ତୁତି ବୈଠକ

ଗୋଲାମୁଣ୍ଡା/କ୍ରାନ୍ତିକ୍ଷେତ୍ର ନ୍ୟୁଜ୍ : ଆସନ୍ତା ୧୫ ତାରିଖ ଦିନ ପଞ୍ଚାୟତରାଜ ମନ୍ତ୍ରୀ ରବି ନାରାୟଣ ନାଏକ ଗୋଲାମୁଣ୍ଡା ବ୍ଲକ ଗସ୍ତରେ ଆସୁଛନ୍ତି। ଏଥିପାଇଁ ଆଜି ସ୍ଥାନୀୟ କଲ୍ୟାଣ ମଣ୍ଡପ ଠାରେ ଗୋଲାମୁଣ୍ଡା ବ୍ଲକ ଅଧ୍ୟକ୍ଷ ବିନ୍ଦୁ ମହାନନ୍ଦଙ୍କ ନେତୃତ୍ବରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଛି। ଏହି କାର୍ଯ୍ୟକ୍ରମରେ ଜୁନାଗଡ଼ ବିଜେପି ପ୍ରାର୍ଥୀ ମନୋଜ ମେହେର, ଗୋଲାମୁଣ୍ଡା ମଣ୍ଡଳ ସଭାପତି ବୈଶାଖୁ କେତକୀ, କେଗାଁ ମଣ୍ଡଳ ସଭାପତି ଜୟ କୃଷ୍ଣ ସାହୁ, ଦଶପୁର ମୁଣ୍ଡଳ ସଭାପତି ପ୍ରମୋଦ ପ୍ରଧାନ, ବରିଷ୍ଠ ଭାଜପା ନେତା ବୃଷବ ନାଏକ, ଜୟନ୍ତ ସିଂ, ଗଙ୍ଗା ବିଷ୍ଣୁ ମୁଣ୍ଡ, ଅନନ୍ତ ବେହେରା ପ୍ରମୁଖ ଉପସ୍ଥିତ ଥିଲେ। ୬ ହଜାର କର୍ମୀଙ୍କ ଉପସ୍ଥିତିରେ ପଞ୍ଚାୟତିରାଜ ମନ୍ତ୍ରୀଙ୍କୁ ସ୍ୱାଗତ କରିବା ପାଇଁ ନିଷ୍ପତ୍ତି ହୋଇଥିବାବେଳେ ପଞ୍ଚାୟତିରାଜ ମନ୍ତ୍ରୀ ବୃନ୍ଦାବାହାଲ ସହିଦ ବିଜେନ୍ଦ୍ର ନାଥ ସ୍ମୃତି ପାର୍କ, ବ୍ଲକ ସଭାଗୃହ ଉଦଘାଟନ ହେବାକୁ ଥିବାବେଳେ ୧ କୋଟି ୨୬ ଲକ୍ଷ ବିନିମୟରେ ନିର୍ମାଣ ହେବାକୁ ଥିବା ଅଡିଟୋରିୟମ, ଡୁଡୁକେଲ ଠାରେ ଭବ୍ୟ ମାଁ ତାରିଣୀ ମନ୍ଦିର, ଗୋଲାମୁଣ୍ଡା ଠାରେ ୨୦ ଲକ୍ଷ ଟଙ୍କା ବିନିମୟରେ ନିର୍ମାଣ ହେବାକୁ ଗ୍ରାମୀଣ ଉଦ୍ୟାନ, ୧୦ ଲକ୍ଷ ଟଙ୍କା ବିନିମୟରେ ନିର୍ମାଣ ହେବାକୁ ଥିବା ପଞ୍ଚାୟତ ସମିତି ଉନ୍ନୟନ ବିଭାଗ ପାଇଁ ରେକର୍ଡ ରୁମ୍‌ର ନୂତନ ଗୃହ, ୧୦ ଲକ୍ଷ ଟଙ୍କା ବିନିମୟରେ ନିର୍ମାଣ ହେବାକୁ ଥିବା ପଞ୍ଚାୟତ ସମିତିରେ ଉନ୍ନୟନ ବିଭାଗ ପାଇଁ ନୂତନ କାର୍ଯ୍ୟାଳୟ କୋଠରୀର ଶିଳାନ୍ୟାସ କରିବେ। ଶିବାଜୀ ଷ୍ଟାଡିୟମ୍ ଠାରେ ପଞ୍ଚାୟତିରାଜ ମନ୍ତ୍ରୀ ବିଭିନ୍ନ କାର୍ଯ୍ୟାଦେଶ ବଣ୍ଟନ କରିବା କାର୍ଯ୍ୟକ୍ରମ ଥିବାବେଳେ ଉପସ୍ଥିତ ଜନତାଙ୍କୁ ଉଦବୋଧନ ଦେବେ। ଏହି କାର୍ଯ୍ୟକ୍ରମରେ ହଜାର ହଜାର ସଂଖ୍ୟାରେ ଭାଜପା କର୍ମୀ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ସଫଳ କରିବାକୁ ବ୍ଲକ ଅଧ୍ୟକ୍ଷ ଶ୍ରୀମହାନନ୍ଦ ଉପସ୍ଥିତ ଥିବା ଶତାଧିକ କର୍ମୀଙ୍କୁ ଆହ୍ବାନ ଦେଇଥିଲେ।