ବେଲଘର ବନାଞ୍ଚଳରେ ଦନ୍ତା ହାତୀ ମୃତ୍ୟୁ

ବାଲିଗୁଡ଼ା/କ୍ରାନ୍ତିକ୍ଷେତ୍ର ନ୍ୟୁଜ୍ (ସାମୁଏଲ ପ୍ରଧାନ) : କନ୍ଧମାଳ ଜିଲ୍ଲା ବାଲିଗୁଡା ବନଖଣ୍ଡ ଅଧିନରେ ଥିବା ବେଲଘର ବନାଞ୍ଚଳର କରର୍ଣ୍ଡି ଗ୍ରାମ ନିକଟରେ ଏକ ଦନ୍ତା ହାତୀ ମୃତ୍ୟୁ ହୋଇଥିବା ଦେଖିବାକୁ ମିଳିଛି। ମିଳିଥିବା ସୂଚନା ଅନୁସାରେ ଗତ କିଛି ଦିନ ହେବ ବେଲଘର ବନାଞ୍ଚଳ ର ଝିରିପାଣି ଅଞ୍ଚଳରେ ହାତୀ ଟି ଘୁରିବୁଲୁ ଥିବା ସାଧାରଣ ଲୋକ ଦେଖିବାକୁ ପାଇଁ ବନବିଭାଗକୁ ଜଣେଇ ଥିଲେ। ବନବିଭାଗ ଲଗାତାର ହାତୀ ଉପରେ ନଜର ରଖିଥିଲେ। କିନ୍ତୁ ଆଜି ସକାଳୁ ହାତୀର ମୃତ୍ୟୁ ହୋଇଥିବା ଦେଖିବାକୁ ମିଳିଛି। ମୃତ୍ୟୁ ଖବର ପ୍ରସାରିତ ହେବା ପରେ ବନବିଭାଗ ଦ୍ୱାରା ମୃତ୍ୟୁ ଦନ୍ତା ହାତୀ ର ତଦନ୍ତ ଆରମ୍ଭ ହୋଇଛି।