ଝରିଆଗୁଡାରେ ଖରିଫ ମଣ୍ଡି ଉଦଘାଟନ ; ପ୍ରଥମ ଦିନରେ ୧୪ ଚାଷିଙ୍କ ଧାନ କ୍ରୟ

କୋକସରା/କ୍ରାନ୍ତିକ୍ଷେତ୍ର ନ୍ୟୁଜ୍ : କୋକସରା ପେକ୍ସ ଅଧୀନରେ ଥିବା ରେଙ୍ଗାଳପାଲି ପଞ୍ଚାୟତର ଝରିଆଗୁଡା ଠାରେ ଆଜି ମଣ୍ଡି ଆରମ୍ଭ ହେବାପରେ ଚାଷିମାନେ ଧାନ ବିକ୍ରି କରିଛନ୍ତି। ମଣ୍ଡି ଆରମ୍ଭ ପୂର୍ବରୁ ମଣ୍ଡି ପାଇଁ ଜମି ଦାନ କରିଥିବା ଚାଷି ଜୟଲାଲ ନାଏକ ଗ୍ରାମ ଦେବାଦେବୀଙ୍କ ନିକଟରେ ପୂଜାର୍ଚ୍ଚନା ପରେ ମଣ୍ଡିରେ ଧାନ କ୍ରୟ ଆରମ୍ଭ ହୋଇଥିଲା। କୋକସରା ପେକ୍ସ ସମ୍ପାଦକ ନିରଞ୍ଜନ ପ୍ରସାଦ ବାଗ ଓ ଆରଏମସି କର୍ମଚାରୀ ମାନେ ଟୋକନ ଥିବା ଚାଷିଙ୍କ ଧାନ କୁ ଯାଞ୍ଚ କରିବା ପରେ ଧାନ କ୍ରୟ ଆରମ୍ଭ ହୋଇଥିଲା। ଏହି ଅବସରରେ ରେଙ୍ଗାଳପାଲି ଚାଷି ରାଜ କିଶୋର ସାହୁ, ପଞ୍ଚାୟତ ସମିତି ସଭ୍ୟ ମୁକ୍ତେଶ୍ଵର ନାଏକ, ଭାବଗ୍ରାହୀ ପ୍ରଧାନୀ, ମୁକୁନ୍ଦ ପଟ୍ଟନାୟକ, ଶାରଳା ପ୍ରସାଦ ପ୍ରଧାନୀ, ଚାଷି ହୃଷିକେଶ ଖମାରି, ସୁରେନ୍ଦ୍ର ବଛା, ହୃଷିକେଶ ଦାଶ, ମହେନ୍ଦ୍ର ନିଆଲ, କୁରୁକ୍ଷତ୍ର ପାଣିଗ୍ରାହୀ, ଅରବିନ୍ଦ ପଟ୍ଟନାୟକ, ମହିଳା ଚାଷି ସ୍ବାତି ପୋଢ଼ ପ୍ରମୁଖଙ୍କ ୫୬୧ କ୍ୱିଣ୍ଟାଲ ରୁ ଉର୍ଦ୍ଧ୍ଵ ଧାନ କ୍ରୟ ହୋଇଥିବା ନେଇ ପେକ୍ସ କର୍ମଚାରୀ ସୂଚନା ଦେଇଛନ୍ତି। ସୂଚନା ଯୋଗ୍ୟ ଯେ’ ପୂର୍ବରୁ ଏହି ପଞ୍ଚାୟତ ଅଞ୍ଚଳର ଚାଷି ମାନେ ମଣ୍ଡି ନଥିବାରୁ କୋକସରା ମଣ୍ଡିରେ ଧାନ ବିକ୍ରି କରୁଥିଲେ। ତେବେ ପ୍ରଶାସନ ପକ୍ଷରୁ ଗତବର୍ଷ ଠାରୁ ଝରିଆଗୁଡାରେ ସ୍ୱତନ୍ତ୍ର ମଣ୍ଡି ଖୋଲିବା ପରେ ଚାଷି ଏହି ମଣ୍ଡି ରେ ଧାନ ବିକ୍ରି କରୁଛନ୍ତି।