କାଶୀପୁର/କ୍ରାନ୍ତିକ୍ଷେତ୍ର(ଅଞ୍ଜନ କୁମାର ନାଏକ) : ରାୟଗଡା ବିଧାୟକ କାଡ୍ରାକା ଆପଲସ୍ୱାମୀଙ୍କ ନିର୍ଦେଶକ କ୍ରମେ କାଶୀପୁର ବ୍ଲକ ଅନ୍ତର୍ଗତ ଅଣ୍ଡିରାକଞ୍ଚ ଥାନା ଅଧିନସ୍ଥ ଯୋଗି ପାରିତୁଣ୍ଡା ଗ୍ରାମର ବିଶିଷ୍ଟ କଂଗ୍ରେସ କର୍ମୀ ଲକ୍ଷ୍ମଣ ନାଏକଙ୍କୁ ବିଧାୟକ ପ୍ରତିନିଧି ଭାବେ ଦାୟିତ୍ୱ ପ୍ରଦାନ କରାଯାଇଛି। ଅଞ୍ଚଳ ବାସୀଙ୍କ ଭଲମନ୍ଦ ଓ ପୋଲିସ ଥାନା ସମ୍ବନ୍ଧୀୟ କାର୍ଯ୍ୟରେ ସାହାଯ୍ୟ ସହଯୋଗ ନିମନ୍ତେ ଏହି ଦାୟିତ୍ୱ ଗ୍ରହଣ କରିଛନ୍ତି। ଏହି ପରିପ୍ରେକ୍ଷୀରେ ଜିଲ୍ଲା ଯୁବ କଂଗ୍ରେସ ପକ୍ଷରୁ ତାଙ୍କୁ ରାୟଗଡାଠାରୁ ନିଜ ଗ୍ରାମକୁ ଶତାଧିକ ଯୁବକଙ୍କ ମିଳିତ ପଟୁଆରାରେ ପହଂଚି ଥିଲେ। ଗ୍ରାମରେ ଲକ୍ଷ୍ମଣଙ୍କ ସମେତ ସମସ୍ତ ଯୁବ କଂଗ୍ରେସ ସଦସ୍ୟଙ୍କୁ ବହୁ ଆନନ୍ଦରେ ଗ୍ରାମବାସୀ ପାରମ୍ପରିକ ବାଦ୍ୟନୃତ୍ୟ ସହ ପୁଷ୍ପମାଲ୍ୟାର୍ପଣ କରି ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା ଜଣାଇଥିଲେ। ଅଂଚଳବାସୀଙ୍କ ହିତ ଓ ସ୍ୱାର୍ଥରେ ନିଷ୍ଠାପର ଭାବେ କାର୍ଯ୍ୟ କରିବାର ସଂକଳ୍ପ ନେଇଁ ଶେଷରେ ଦଳବଳ ସହ ଅଣ୍ଡିରାକଞ୍ଚ ଥାନାକୁ ଯାଇଥିଲେ। ଉପସ୍ଥିତ ଥାନା ଅଧିକାରୀଙ୍କୁ ନୂତନ ବିଧାୟକ ପ୍ରତିନିଧି ଶ୍ରୀନାଏକ ନିଜର ନିଯୁକ୍ତି ପତ୍ର ପ୍ରଦାନ କରିଛନ୍ତି। ଲକ୍ଷ୍ମଣ ନାଏକ ଛାତ୍ର ଜୀବନରୁ ସେ କଂଗ୍ରେସ ପ୍ରେମୀ ଓ କଂଗ୍ରେସ ଦଳରେ କାର୍ଯ୍ୟ କରି ଆସୁଥିଲେ। ତେଣୁ ତାଙ୍କୁ ଏହି ସୁଯୋଗ ମିଳିଥିବାରୁ ଅଞ୍ଚଳବାସୀ ଓ ସାଙ୍ଗସାଥି ମହଲରେ ପ୍ରଶଂସା କରାଯାଇଛି। ଏହି ଅବସରରେ ବ୍ଲକ ଉନ୍ନୟନ ବିଧାୟକ ପ୍ରତିନିଧି ଜିଝରୁ ମାଝୀ, ବରିଷ୍ଟ ଯୁବ କଂଗ୍ରେସ ନେତା ଅନିଲ ଜୈନ, ଜିଲ୍ଲା ଯୁବ କଂଗ୍ରେସ ସଭାପତି ଜୋସେଫ ଖୋସଲା, ଜାବେଦ ଖୋସଲା, ଜଗବନ୍ଧୁ ମାଝୀ ଟିକିରି ସରପଞ୍ଚ, ପାଇଲ ମାଝି,ଉମେଶ ମାଝୀ, ମଣ୍ଟୁ ସାହୁ, ମହେନ୍ଦ୍ର ଯାନୀ, ମହେଶ୍ୱର ମାଝୀ, ଉଗ୍ରସନ ନାଏକ, ମକର ବାଗ, ଅନ୍ତର୍ଯ୍ୟାମୀ ନାଏକ ପ୍ରମୁଖ ଉପସ୍ଥିତ ଥିଲେ।
