ମ,ରାମପୁର/କ୍ରାନ୍ତିକ୍ଷେତ୍ର ନ୍ୟୁଜ୍ (ଉଦ୍ଧବ ପଣ୍ଡା) : କଳାହାଣ୍ଡି ଜିଲ୍ଲା ମ. ରାମପୁର ପ୍ରଥମ ଶ୍ରେଣୀ ବିଚାର ପତିଙ୍କ କାର୍ଯ୍ୟାଳୟ ପରିସରରେ ତାଲୁକ ଆଇନ ସେବା ସମିତି ଆନୁକୂଲ୍ୟରେ ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ ମାଜିଷ୍ଟ୍ରେଟ ଦୀପ୍ତି ରଞ୍ଜନ ଦାଶଙ୍କ ଅଦାଲତରେ ଆଜି ଚତୁର୍ଥ ରାଷ୍ଟ୍ରୀୟ ଲୋକ ଅଦାଲତ ଅନୁଷ୍ଠିତ ହୋଇଯାଇଅଛି। ଲୋକ ଅଦାଲତରେ ୩୧ଟି ଅନ୍ୟାନ୍ୟ ଫୌଜଦାରୀ ମାମଲା (FRT) ର ସମାଧାନ କରାଯାଇଛି। ପ୍ରାକ୍ ମୁକଦ୍ଦମା କ୍ଷେତ୍ର ରେ ୨୮୯ ଟି ରାଜସ୍ବ ମାମଲାର ସମାଧାନ କରାଯାଇ ର.୬୦୫/- ଆଦାୟ କରା ଯାଇଥିବାବେଳେ ୫୮ଟି ବ୍ୟାଙ୍କ୍ ସମ୍ବନ୍ଧୀୟ ଋଣ ମାମଲାରେ ୧୨,୬୭,୦୦୦/- ଆଦାୟ କରା ଯାଇଛି। ଲୋକ ଅଦାଲତ ପରିଚାଳନାରେ ଅଦାଲତ ର କର୍ମଚାରୀ, ମ, ରାମପୁର ଓକିଲ ସଂଘ ସଭାପତି ଜୟ କୁମାର ସିଂହ ଦେଓ ସମେତ ଓକିଲ ସଂଘର ସମସ୍ତ ସଦସ୍ୟଗଣ ଏବଂ ବ୍ୟାଙ୍କ୍ କର୍ମଚାରୀ ବୃନ୍ଦ ପ୍ରତ୍ୟକ୍ଷ ସହଯୋଗ ପ୍ରଦାନ କରିଥିଲେ। ଦୀର୍ଘ ଦିନ ଧରି ଚାଲୁ ଆସୁଥିବା ମୁକଦମା ର ସହଜ ସମଧାନ ପାଇଁ ଲୋକ ଅଦାଲତ ର ସୁଯୋଗ ନେବା ପାଇଁ ଅଧ୍ୟକ୍ଷ ଶ୍ରୀଦାଶ ମହୋଦୟ ଗଣମାଧ୍ୟମ କୁ ସୂଚନା ଦେଇଛନ୍ତି। ସବିଶେଷ ବିବରଣୀ ନିମନ୍ତେ କୋର୍ଟ ପରିସର ରେ କାର୍ଯ୍ୟରତ ତାଲୁକ୍ ଆଇନ ସେବା କାର୍ଯ୍ୟାଳୟ ସହିତ ସାଧାରଣ ଜନତା ଯୋଗାଯୋଗ କରି ପାରିବେ। ବୋଲି କହିଛନ୍ତି।
