ରାଜ୍ୟସ୍ତରୀୟ ବାଳ ବୈଜ୍ଞାନିକ ପ୍ରଦର୍ଶନୀ ମେଳାରେ ସାମିଲ ହେବେ ଜିତେନ୍ଦ୍ର କୁମାର ସାହୁ

କୋକସରା/କ୍ରାନ୍ତିକ୍ଷେତ୍ର ନ୍ୟୁଜ୍ : କଳାହାଣ୍ଡି ଜିଲ୍ଲା ଧର୍ମଗଡ ଠାରେ ଶୁକ୍ରବାର ଅନୁଷ୍ଠିତ ହୋଇଥିବା ଜିଲ୍ଳା ସ୍ତରୀୟ ବାଳ ବୈଜ୍ଞାନିକ ପ୍ରଦର୍ଶନୀ, ରାଷ୍ଟ୍ରୀୟ ଆବିଷ୍କାର ଅଭିଯାନ ଓ ଇକୋ କ୍ଳବ ମେଲାରେ କୋକସରା ବ୍ଲକ ବଙ୍ଗୋମୁଣ୍ଡା ଓଡିଶା ଆଦର୍ଶ ବିଦ୍ୟାଳୟର ଛାତ୍ର ଜିତେନ୍ଦ୍ର କୁମାର ସାହୁ ଡିଯାଷ୍ଟର ମ୍ୟାନେଜମେଣ୍ଟ ସିଷ୍ଟମ୍ ଉତୀର୍ଣ୍ଣ ହୋଇଛନ୍ତି। ଏଥିପାଇଁ ସେ ଆଗାମୀ ଦିନରେ ହେବାକୁ ଥିବା ରାଜ୍ୟସ୍ତରୀୟ ବାଳ ବୈଜ୍ଞାନିକ ମେଳାରେ ସାମିଲ ହେବେ। ଏହି ସଫଳତା ପାଇଁ ସ୍କୁଲର ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ ଛାତ୍ର ଜିତେନ୍ଦ୍ର କୁମାର ସାହୁଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।