ଝରିଗାଁ/କ୍ରାନ୍ତିକ୍ଷେତ୍ର ନ୍ୟୁଜ୍ (ଭୋଦେବ ଗୌଡ଼) : ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକ ସଦର ମହକୁମାର ସ୍ଥିତ ମିନି ଷ୍ଟାଡିୟମ ଠାରେ ଆଜି ସାଂସଦ ଖେଳ ମହୋତ୍ସବ ଉଦ୍ଘାଟନ ହୋଇଯାଇଛି। ବ୍ଲକସ୍ତରୀୟ ସାଂସଦ ଖେଳ ମହୋତ୍ସବ ୫ଦିନ ଧରି ଚାଲିବାକୁ ଥିବାବେଳେ ଫୁଟବଲ, ଭଲିବଲ, ବ୍ୟାଡ଼ ମିଣ୍ଟନ, କବାଡି, ଲମ୍ବାଡିଆଁ, ଉଚ୍ଚାଡିଆଁ, ଦୌଡ, କ୍ରିକେଟ, ଖୋକୋ ଭଳି ବିଭିନ୍ନ ଖେଳରେ ଝରିଗାଁ ବ୍ଲକର ବିଭିନ୍ନ ମହାବିଦ୍ୟାଳୟ ଓ ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ଏହି କ୍ରୀଡା ପ୍ରତିଯୋଗିତାରେ ଅଂଶଗ୍ରହଣ କରିଛନ୍ତି। ପ୍ରଧାମନ୍ତ୍ରୀଙ୍କ ଫିଟ୍ ଇଣ୍ଡିଆ ଏବଂ ଖେଲୋ ଇଣ୍ଡିଆ ଅଭିଯାନକୁ ଆଗକୁ ବଢେଇବା ପାଇଁ ଏହି ସାଂସଦ ଖେଳ ମହୋତ୍ସବର ଆରମ୍ଭ କରାଯାଇଛି। ବିଶେଷ କରି ଗ୍ରାମାଞ୍ଚରେ ଏହାକୁ ବିଶେଷ ଗୁରୁତ୍ଵ ଦିଆଯାଉଥିବାବେଳେ ଝରିଗାଁ ବ୍ଲକରେ ସାଂସଦ ଖେଳ ମହୋତ୍ସବର ଆୟୋଜନ ହୋଇଛି। ଏହି ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥିଭାବେ ନବରଙ୍ଗପୁର ସାଂସଦ ବଳଭଦ୍ର ମାଝୀ ଯୋଗଦେଇ ମହୋତ୍ସବର ଶୁଭ ଉଦଉଦଘାଟନ କରିଥିଲେ। ପ୍ରଥମେ ସମସ୍ତେ ଅତିଥି ଝରିଗାଁ ଥାନା ପରିସରରେ ଥିବା କାଳୀସୁନ୍ଦରୀ ମନ୍ଦିରରେ ପାରମ୍ପରିକ ରୀତିନୀତିରେ ପୂଜାର୍ଚ୍ଚନା କରାଯାଇ କ୍ରୀଡା ମଶାଲ ପ୍ରଜ୍ବଳନ କରାଯାଇଥିଲା। କ୍ରୀଡା ମଶାଲକୁ ଏକ ଶୋଭାଯାତ୍ରାରେ ମିନି ଷ୍ଟାଡିୟମ ପର୍ଯ୍ୟନ୍ତ ଅଣାଯିବା ପରେ ସେଠାରେ ସ୍ଥାପନ କରାଯାଇ କାର୍ଯ୍ୟକ୍ରମର ଶୁଭାରମ୍ଭ ହୋଇଥିଲା । କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥିଭାବେ ଝରିଗାଁ ବିଧାୟକ ନରସିଂହ ଭତରା, ରାଜ୍ୟ ଉପସଭାପତି ରମେଶ ସାହୁ, ଝରିଗାଁ ସାଂସଦ ପ୍ରତିନିଧି ଚନ୍ଦ୍ରଭାନୁ ନାୟକ, ଝରିଗାଁ ଗୋଷ୍ଠୀ ଉନ୍ନୟନ ଅଧିକାରୀ ମଧୁସୁଦନ ମାଝୀ, ତହସିଲଦାର ସୁମନ୍ତ ପାତ୍ର, ଉମରକୋଟ ବ୍ଲକ ସାଂସଦ ପ୍ରତିନିଧି ବାସନ୍ତୀ ମାଝୀ,ବିଜେପି ଜିଲ୍ଲା ସମ୍ପାଦିକା ସୁମିତ୍ରା ମାଝୀ, କୋଟପାଡ଼ ସାଂସଦ ପ୍ରତିନିଧି ରାମେଶ୍ୱର ଜେନା, ନନ୍ଦାହାଣ୍ଡି ପ୍ରତିନିଧି ଜାନକୀ ବିଶୋଇ,ତେନ୍ତୁଳିଖୁଣ୍ଟି ପ୍ରତିନିଧି ସନ୍ତୋଷ ପାତ୍ର, ରାମ ନାୟକ, ଉମରକୋଟ ସାଂସଦ ପ୍ରତିନିଧି ରାମ ନାୟକ, ଡାବୁଗାଁ ସାଂସଦ ପ୍ରତିନିଧି ସାମନାଥ ପୂଜାରୀ, ପ୍ରଫୁଲ ପ୍ରଧାନୀ,ଜଗଦୀଶ କଲାର,ଗଣପତି ସାହୁ, ଗଜେନ୍ଦ୍ର ପାଣ୍ଡେ ପ୍ରମୁଖଙ୍କ ସମେତ ବିଭିନ୍ନ ପଞ୍ଚାୟତର ସରପଞ୍ଚ ଓ ସମିତି ପ୍ରତିନିଧି ମାନେ ଉପସ୍ଥିତ ରହିଥିଲେ।
