ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ ସରିଆଁର ରଜତ ଜୟନ୍ତୀ ସମାରୋହରେ ଶିକ୍ଷାର୍ଥୀ କଲେ ଗୁରୁ ପୂଜନ

ଭବାନୀପାଟଣା/ କ୍ରାନ୍ତିକ୍ଷେତ୍ର : ସନାତନ ସଂସ୍କୃତିରେ ଗୁରୁଙ୍କ ସ୍ଥାନ ସର୍ବୋଚ୍ଚ ସ୍ଥାନରେ ରହିଆସିଛି। ଗୁରୁଙ୍କ ଆଶୀର୍ବାଦ ହିଁ ମନୁଷ୍ୟ ଜୀବନର ବଡ଼ ପୁଞ୍ଜି। ଜଣେ ସାଧାରଣ ବ୍ୟକ୍ତି ଗୁରୁଙ୍କ ଆଶୀର୍ବାଦ ଯୋଗୁଁ କାଳଜୟୀ ହୋଇ ପାରିଥାଏ ବୋଲି ସରିଆଁ ହାଇସ୍କୁଲରେ ଆୟୋଜିତ ଗୁରୁପୂଜନ ଅବସରରେ ମତ ପ୍ରକାଶ ପାଇଛି। କଳାହାଣ୍ଡି ଜିଲ୍ଲା ନର୍ଲା ବ୍ଳକର ଅଗ୍ରଣୀ ଶିକ୍ଷାନୁଷ୍ଠାନ ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ ସରିଆଁ ପାଳନ କରୁଛି ରଜତ ଜୟନ୍ତୀ। ବିଦ୍ୟାଳୟର ପ୍ରଧାନଶିକ୍ଷକ ସାଧୁରାମ ଭୋଇ, ଶିକ୍ଷକ ଗଙ୍ଗାନାରାୟଣ ଦାଶ, କୈଳାସ ଚନ୍ଦ୍ର ଭୋଇ, ଉମାକାନ୍ତ ଭୋଇ, ଶିକ୍ଷୟିତ୍ରୀ ମିନତି ଶତପଥୀ, ଅବସରପ୍ରାପ୍ତ ଶିକ୍ଷକ ନାରାୟଣ ସାହୁ, ସଲିଲ ରଞ୍ଜନ ସିକଦାର, ଅବସରପ୍ରାପ୍ତ କିରାଣୀ ପ୍ରମୋଦ ଚନ୍ଦ୍ର ଭୋଇ, ସେବକ କପିଳ ମଟାଲି ଓ ସାଧୁରାମ ସାହୁ, ଅବସରପ୍ରାପ୍ତ ସେବକ ଭୋଳାନାଥ ଧଙ୍ଗଡ଼ାମାଝୀ ପ୍ରମୁଖ ଗୁରୁମାନଙ୍କୁ ପୂରାତନ ଓ ଅଧ୍ୟୟନରତ ଛାତ୍ରଛାତ୍ରୀମାନେ ପୂଜନ କରିଥିଲେ। ପୁରାତନ ଶିକ୍ଷାର୍ଥୀ ସଂସଦ ପକ୍ଷରୁ ଗୁରୁମାନଙ୍କୁ ପ୍ରୀତି ଉପହାର ପ୍ରଦାନ କରାଯାଇଥିଲା। ଗୁରୁମାନେ ଶିଷ୍ୟମାନଙ୍କୁ ଆଶିର୍ବାଦ ପ୍ରଦାନ କରିଥିଲେ। ଗୁରୁ ପୂଜନ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ପୁରାତନ ଶିକ୍ଷାର୍ଥୀ ସୁଧୀର କୁମାର ଧଙ୍ଗଡ଼ାମାଝୀ। ଏହି ଅବସରରେ ପୁରାତନ ଶିକ୍ଷାର୍ଥୀ ସଂସଦ ସଂପାଦକ ରମେଶ ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ କଳାହାଣ୍ଡି ଜିଲ୍ଲା ପରିଷଦ ଅଧ୍ୟକ୍ଷ ପୁଷ୍ପେନ୍ଦ୍ର ସିଂହଦେଓ, ବିଶିଷ୍ଟ ଅତିଥି ଭାବେ ପୂର୍ବତନ ମନ୍ତ୍ରୀ ଭୁପିନ୍ଦର ସିଂ, ପୂର୍ବତନ ମନ୍ତ୍ରୀ ବଳଭଦ୍ର ମାଝୀ ଓ ପୂର୍ବତନ ବିଧାୟକ କୁମରମଣି ଶବର, ମୁଖ୍ୟ ବକ୍ତା ଭାବେ ମାଇ ଭାରତ ଜିଲ୍ଲା ଯୁବ ସଂଯୋଜକ ପ୍ରସନ୍ନ ମେହେର, ସମ୍ମାନିତ ଅତିଥି ଭାବେ ଜିଲ୍ଲା ପରିଷଦ ସଦସ୍ୟ ହରିଶଙ୍କର ମାଝୀ, ବିଦ୍ୟାଳୟର ସହକାରୀ ଶିକ୍ଷକ ଗଙ୍ଗାନାରାୟଣ ଦାଶ ପ୍ରମୁଖ ମଞ୍ଚାସୀନ ଥିଲେ। ମଞ୍ଚ ପରିଚାଳନା କରିଥିଲେ ପୁରାତନ ଶିକ୍ଷାର୍ଥୀ ଅଚ୍ୟୁତାନନ୍ଦ ଭୋଇ ଓ ସୌମ୍ୟା ସୁସ୍ମିତା ଭୋଇ। ପରେ ପରେ ପୁରାତନ ଶିକ୍ଷାର୍ଥୀ ମିହିର କୁମାର ଭୋଇଙ୍କ ରଚନା ଓ ନିର୍ଦ୍ଦେଶନାରେ ବିଦ୍ୟାଳୟର ପୁରାତନ ଛାତ୍ରମାନଙ୍କ ଦ୍ବାରା ପ୍ରଦର୍ଶିତ ନାଟକ ‘ଧରନୀ’ ଦର୍ଶକଙ୍କୁ ଆମୋଦିତ କରିଥିଲା। ପୁରାତନ ଛାତ୍ର ସଂସଦ ସଭାପତି ଓମପ୍ରକାଶ ଛତ୍ରିଆଙ୍କ ନେତୃତ୍ୱରେ ତଥା ସଂସଦର ଉପସଭାପତି ବିଜୟ ଧଙ୍ଗଡ଼ାମାଝୀ, ମନୋଜ ପଟ୍ଟନାୟକ ଓ ରଘୁନାଥ ଦୀପ, ସାଧାରଣ ସମ୍ପାଦକ ରମେଶ ଚନ୍ଦ୍ର ସାହୁ, ଉପଦେଷ୍ଟା ବିନାୟକ ମହନ୍ତ, ଜେମନ୍ତ ପୋଢ, ଅଜିତ କୁମାର ସାହୁ, ପାରେଶ୍ବର ରଣା ଓ ମକରନ୍ଦ ମାଝୀ, ଯୁଗ୍ମ ସମ୍ପାଦକ ରୀନା ଭୋଇ, ଅଚ୍ୟୁତାନନ୍ଦ ଭୋଇ, ସୋମ୍ୟରଞ୍ଜନ ସା, କୋଷାଧ୍ୟକ୍ଷ ନରୋତ୍ତମ କରୁଆଁ, ସଦସ୍ୟ ଚନ୍ଦ୍ର ଶେଖର ସାହୁ, ହିମାଦ୍ରୀ ଭୋଇ, ସ୍ବାଧିନ କୁମାର ଭୋଇ, ଶିବ ପ୍ରସାଦ ସାହୁଙ୍କ ସମେତ ସଂସଦର ସମସ୍ତ ଉପ-କମିଟିର କାର୍ଯ୍ୟକର୍ତ୍ତାଙ୍କ ତତ୍ବାବଧାନରେ ସମସ୍ତ କାର୍ଯ୍ୟକ୍ରମ ପରିଚାଳିତ ହୋଇଥିଲା। ପୁରାତନ ଛାତ୍ରଛାତ୍ରୀମାନେ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।