ବାଲିଗୁଡ଼ା/କ୍ରାନ୍ତିକ୍ଷତ୍ର(ସାମୁଏଲ ପ୍ରଧାନ) : କନ୍ଧମାଳ ଜିଲ୍ଲା କ ନୂଆଗାଁ ବ୍ଲକ ବାଲିଗାଡ଼ାଠାରେ ବୈକିକ ଯଜ୍ଞ, ସତସଙ୍ଗ, ଅନୁଷ୍ଠିତ ହୋଇଯାଇଛି। ମହର୍ଷି ଦୟାନନ୍ଦଙ୍କ ଦ୍ୱାରା ଆର୍ଯ୍ୟସମାଜ ପ୍ରତିଷ୍ଠିତ ହେବାର ୧୫୦ ତମ ଶତାବ୍ଦୀ ସାର୍ଦ୍ଧର ଐତିହାସିକ ଅବିସ୍ମରଣୀୟ କାର୍ଯ୍ୟକ୍ରମ ଅକ୍ଟବର ମାସରେ ପାଳିତ ହୋଇଯାଇଥିଲା। ଏହି ବିଶେଷ କାର୍ଯ୍ୟକ୍ରମରେ ବାଲିଗୁଡା ପଞ୍ଚାୟତ ତରଫରୁ କନ୍ଧମାଳ ଆଦିବାସୀ ପାରମ୍ପରିକ ଲୋକନୃତ୍ୟ କଳାକାରବୃନ୍ଦ ମହିଳା ଏବଂ ପୁରୁଷ ଭାଗ ନେଇଥିଲେ। କଳାକାର ଚାଙ୍ଗୁ ବାଦ୍ୟର ତାଳେତଳେ ଖୁବ୍ ନାଚି ସମସ୍ତଙ୍କୁ ମନ୍ତ୍ରମୁଗ୍ଧ କରିଥିଲେ। ଏହା କନ୍ଧମାଳର ଗର୍ବ ଏବଂ ଗୌରବର ବିଷୟ। ତେଣୁ ଭିଜନ ଦୟାନନ୍ଦ କନ୍ଧମାଳ ଆର୍ଯ୍ୟସମାଜ ତରଫରୁ ଗୁମାମାହା ଗ୍ରାମ ବେଦ ମଣ୍ଡପଠାରେ କଳାକାରଙ୍କୁ ସଂମ୍ମାନିତ କରାଯାଇଥିଲା। କଳାକାରଙ୍କ ଯିବା ଆସିବା ପଲ୍ଲୀରୁ ଦିଲ୍ଲୀ ଯାତ୍ରାର ସୁବ୍ୟବସ୍ଥା ଆଚାର୍ଯ୍ୟ ଅମିତ କୁମାର ଜୀ, ଆଚାର୍ଯ୍ୟ ଉମେଶ ମନୀଷୀ, କେଦାରନାଥ ଆର୍ଯ୍ୟ କରିଥିଲେ। ଅଭିନନ୍ଦନ କାର୍ଯ୍ୟକ୍ରମରେ ଜିଲ୍ଲା ଆର୍ଯ୍ୟ ସମାଜର ସମ୍ପାଦକ ବିଶ୍ଵାମିତ୍ର ଆର୍ଯ୍ୟ, କ. ନୂଆଗାଁ ଜ୍ଞାନଜ୍ୟୋତି ଆର୍ଯ୍ୟସମାଜର ସଭାପତି ଶିବରାମ ଆର୍ଯ୍ୟ, ସମ୍ପାଦକ ଉପମନ୍ୟୁ ଜୀ, ସଂଗଠକ କେଦାରନାଥ ଆର୍ଯ୍ୟ, ରାଣୀ ଗଡେ୍ଲ୍ୟୁ ଗୁରୁକୁଳ ଆସାମର ପ୍ରଧାନ ଆଚାର୍ଯ୍ୟ ଅମିତ କୁମାର ଜୀ, ପୀତବାସ ଆର୍ଯ୍ୟ, ଦିଲୁ ମହାନ୍ତି ବଜରଙ୍ଗ ଦଳ ସଦସ୍ୟ, ରାଇକିଆ ବୈଦିକ ସତସଙ୍ଗ ଆଶ୍ରମର ସମ୍ପାଦକ ଅଶୋକ ଆର୍ଯ୍ୟ, ଗୁମାମାହା ର ବୁଦ୍ଧିଜୀବୀ ଯୋଗଦାନ କରି କଳାକାରଙ୍କ ପ୍ରଶଂସା ଏବଂ ଆଶୀର୍ବାଦ କରିଥିଲେ।
