ମ, ରାମପୁର/କ୍ରାନ୍ତିକ୍ଷେତ୍ର(ଉଦ୍ଧବ ପଣ୍ଡା) : କଳାହାଣ୍ଡି ଜିଲ୍ଲା ମ.ରାମପୁର ବ୍ଲକ ଉର୍ଲାଦାନି ପଞ୍ଚାୟତ ଅନ୍ତର୍ଗତ ରଙ୍ଗାପଦର ଠାରେ ସ୍ବେଚ୍ଛାସେବୀ ଅନୁଷ୍ଠାନର ସଭାଗୃହରେ ମହିଳା ମାନଙ୍କୁ ନେଇ ଆଜି ଏକ ରାଜ୍ୟ ସ୍ତରୀୟ ମହିଳା ସମୂହ ( ପ୍ରକୃତି ପାଇଁ ମହିଳା ) ରାଜ୍ୟ ସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଗଜପତି ଜିଲ୍ଲା, ନୂଆପଡା ଜିଲ୍ଲା, କନ୍ଧମାଳ ଜିଲ୍ଲା, ବରଗଡ଼ ଜିଲ୍ଲା, କଳାହାଣ୍ଡି ଜିଲ୍ଲା ଏବଂ ସୁନ୍ଦରଗଡରୁ ୪୦ ଜଣ ମହିଳା ନେତୃବୃନ୍ଦ ଅଂଶଗ୍ରହଣ କରିଥିଲେ। ଏହାର ମୁଖ୍ୟ ଉଦ୍ଦେଶ୍ୟ ମହିଳା ମାନେ ପକୃତିର ସୁରକ୍ଷା କରିବା ପାଇଁ ବିଶେଷ ଭୂମିକା ରହୁଥିବାରୁ ସେମାନେ ଆଗକୁ ବିଭିନ୍ନ ପ୍ରକାର ସମସ୍ୟା ଉପରେ ଆଲୋଚନା କରି ତାର ସମସ୍ୟାର ସମାଧାନ କରିପାରିବେ। କାର୍ଯ୍ୟକ୍ରମ କୁ ସ୍ବେଚ୍ଛାସେବୀ ଅନୁଷ୍ଠାନର କର୍ମୀ ରୋଶନାର ମହାନ୍ତି ପରିଚାଳନା କରିଥିବାବେଳେ ଅନ୍ୟ ସାଥି ସହଯୋଗ କରିଥିବା ସହିତ ଫୋଗୋ ନେଟୱର୍କ ଓ ସେବା ଜଗତ ର ଯୁଗ୍ମ ସହଯୋଗ ରେ ଆୟୋଜନ କରାଯାଇଥିଲା।
