ବର୍ଣ୍ଣିବୁଢା କପ୍ ଫୁଟବଲ୍ ଉଦଯାପିତ : ରଜାପଡା ଚମ୍ପିୟାନ

ସଇଁତଳା/କ୍ରାନ୍ତିକ୍ଷେତ୍ର : ସଇଁତଳା ବ୍ଲକ ଗଣ୍ଡପତ୍ରାପାଳି ଗ୍ରାମ ପଞ୍ଚାୟତ ନାରିକଟା ଖେଳପଡିଆରେ ବର୍ଣିବୁଢା ଯୁବକ ସଂଘ ଆନୁକୂଲ୍ୟରେ ଅନୁଷ୍ଠିତ ବର୍ଣିବୁଢ଼ା କପ୍ ଫୁଟବଲ୍ ଟୁର୍ଣ୍ଣାମେଣ୍ଟ ଫାଇନାଲ ଖେଳ ସହ ଉଦଯାପିତ ହୋଇଛି। ଫାଇନାଲ ଖେଳରେ ଟିକ୍ରାପଡା ଦଳ କୁ ୧-୦ ରେ ହରାଇ ରଜାପଡା ଦଳ ଚମ୍ପିୟାନ ହୋଇଛି। ବିଜୟୀ ଦଳକୁ ଟ୍ରଫି ସହ ୧୦,୦୦୦ ଟଙ୍କା ରାଶି ଏବଂ ପରାଜିତ ଦଳ କୁ ଟ୍ରଫି ସହ ୭୦୦୦ ଟଙ୍କା ପୁରସ୍କାର ପ୍ରଦାନ କରାଯାଇଛି। ରାଧାକାନ୍ତ ବାଗ ଖେଳ ପରିଚାଳନା କରିଥିବାବେଳେ ରାଜୀବ ଲୋଚନ ଭୋଇ, ସୁବାଷ ଭୋଇ ଓ ଦେବାଶିଶ ମାଝୀ ସହଯୋଗ କରିଥିଲେ। ସୁରେନ୍ଦ୍ର ମହାନନ୍ଦ ଭୋଇ ଧାରା ବିବରଣୀ ପ୍ରଦାନ କରିଥିଲେ। ପୁରସ୍କାର ବିତରଣ ଉତ୍ସବରେ ମୁଖ୍ୟ ଅତିଥି ଭାବରେ ଟିଟିଲାଗଡ ବିଧାୟକ ନବୀନ ଜୈନ ଯୋଗଦେଇ ଥିଲେ। ସମ୍ମାନିତ ଅତିଥି ଡମ ଭୋଇ, ରଞ୍ଜନ ବଗର୍ତ୍ତୀ ପୂର୍ବତନ ସରପଂଚ ଗଣ୍ଡପତ୍ରାପାଲି, ବେଲଧର ବଗର୍ତ୍ତୀ ଗନ୍ତିଆ ବଡ଼ମାଳ, ସମାଜସେବୀ ହରେକୃଷ୍ଣ ବଗର୍ତ୍ତୀ, ବଂଶୀଧର ଭୋଇ ଗୋଳାବାରୁଦ କାରଖାନା କର୍ମଚାରୀ ସଂଘ ସଂପାଦକ ସର୍ବେଶ୍ଵର ମହାପାତ୍ର, ବରିଷ୍ଠ ବିଜେପି ନେତା ପ୍ରେମାନନ୍ଦ ସ୍ୱାଇଁ, ଦେବେନ୍ଦ୍ର ମାଝୀ, ଗ୍ରାମର ଭଦ୍ର ବ୍ୟକ୍ତି କୃଷ୍ଣ ବାଗ, ସାର୍ତିକ କୁମ୍ଭାର, ଫଗନୁ ଭୋଇ, ତୀର୍ଥ ମାଝୀ, ବୁଧ ମାଝୀ, ବିନୋଦ ବାଗ, ଗୌର ଭୋଇ, କୃପା ଭୋଇ, କପୁର ଭୋଇ, ମାର୍କଣ୍ଡ ମିର୍ଦ୍ଧା, ଜଗଦୀଶ କୁମ୍ଭାର, ରାଜେନ୍ଦ୍ର ଭୋଇ, ପୁରସ୍କାର ବିତରଣ କରିଥିଲେ। ମେନ୍ ଅଫ ଦି ମ୍ୟାଚ୍ ରୀଙ୍କୁ, ପ୍ଲାୟର ଅଫ ଦି ଟୁର୍ଣ୍ଣାମେଣ୍ଟ କୈଳାଶ ମାଝୀ ପୁରସ୍କୃତ ହୋଇଥିଲେ। ଟୁର୍ଣ୍ଣାମେଣ୍ଟରେ ଅଜୟ ଭୋଇ, ଜଗନ୍ନାଥ ଭୋଇ, ଦୁର୍ଯୋଧନ ମାଝୀ, ରାଜକିଶୋର ଭୋଇ, ଦିଲୀପ ଜାନୀ, ଦୁରବାସ ଜାନୀ, ପିନ୍ଟୁ ଭୋଇ, ସରୋଜ ଭୋଇ, ରାଜୁ ମଲ୍ଲିକ, ଶଙ୍କର ମାଝୀ, ଦେବରାଜ ମାଝୀ, ଦୀପକ ବାଗ ଜୟନ୍ତ ମାଝୀ, କରୁଣା ଭୋଇ ତଥା ବର୍ଣିବୁଢା କ୍ଲବ ନାରିକଟା ର ସମସ୍ତ କର୍ମକର୍ତ୍ତା ଉପସ୍ଥିତ ରହି ସହଯୋଗ କରିଥିଲେ।

Leave a Reply

Your email address will not be published. Required fields are marked *