ସ୍କୁଲ କର୍ମଚାରୀଙ୍କ ଅବସର କାଳୀନ ବିଦାୟ ସମର୍ଦ୍ଧନା

ସଇଁତଳା/କ୍ରାନ୍ତିକ୍ଷେତ୍ର : ବଲାଙ୍ଗିର ଜିଲ୍ଲା ସଇଁତଳା ବ୍ଲକ ଅନ୍ତର୍ଗତ କେଓମାଲ ଉଚ୍ଚ ବିଦ୍ୟାଳୟର କନିଷ୍ଠ କିରାଣୀ ସତ୍ୟ ନାରାୟଣ ରାଜପଳିଆଙ୍କୁ ବିଦ୍ୟାଳୟ ପରିସରରେ ବିଧାୟକାଳୀନ ସମର୍ଦ୍ଧନା ଦିଆଯାଇଛି। ବିଦ୍ୟାଳୟର ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ରାଜେନ୍ଦ୍ର ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ କେଓମାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ବିଜୟ କୁମାର ମାଝୀ, ସମ୍ମାନିତ ଅତିଥି ଭାବରେ ପ୍ରତାପ ରୁଦ୍ର ମିଶ୍ର, ବିଜୟ ସୁନା, ମୀନା କୁମାରୀ ନାଏକ, ସନ୍ତୋଷ ମାଝୀ, ବିଦ୍ୟାଳୟ ପରିଚାଳନା ଉନ୍ନୟନ କମିଟୀ ସଭ୍ୟ ବିରଞ୍ଚି ଭାଟି ପ୍ରମୁଖ ଯୋଗଦେଇ ଅବସର ଗ୍ରହଣ କରିଥିବା କନିଷ୍ଠ କିରାଣୀଙ୍କୁ ସମ୍ବର୍ଦ୍ଧନା ଦେବା ସହ ତାଙ୍କର ଦୀର୍ଘାୟୁ କାମନା କରିଥିଲେ। ଏହି ଅବସରରେ ଶ୍ରୀ ରାଜପଲଲିଆ ଙ୍କ ସହିତ ଆସିଥିବା ତାଙ୍କ ସହଧର୍ମିଣୀ, ପୁତ୍ର ବଧୁ ଓ ନାତି ଙ୍କୁ ମଧ୍ୟ ଉପଢୋକନ ଓ ଫୁଲତୋଡ଼ା ଦେଇ ସମର୍ଦ୍ଧନା କରାଯାଇଥିଲା। ଶ୍ରୀରାଜପଲିଆ ଦୀର୍ଘ ବର୍ଷ ଧରି ନିଷ୍ଠାର ସହିତ କେଓମାଲ ଉଚ୍ଚ ବିଦ୍ୟାଳୟ ରେ କାର୍ଯ କରିଆସିଛନ୍ତି। ସଂସ୍କୃତ ଶିକ୍ଷକ ସଞ୍ଜୀବ କୁମାର ପ୍ରଧାନ ମଞ୍ଚ ପରିଚାଳନା କରିଥିବାବେଳେ ବିଜ୍ଞାନ ଶିକ୍ଷକ ଦୟା ସାଗର ପାଣ୍ଡେ ଧନ୍ୟବାଦ ଅର୍ପଣ କରିଥିଲେ। କାର୍ଯ୍ୟକ୍ରମରେ ବିଦ୍ୟାଳୟର କଳା ଶିକ୍ଷକ ସୁଶାନ୍ତ ଭୋଇ, ସୁବିଜ୍ଞ ଗୁରାଣ୍ଡି, କୌଶିକ ଭୋଇ, ଦମୟନ୍ତୀ ଭାଟି, ଲକ୍ଷ୍ମୀପ୍ରିୟା ଗୁରାଣ୍ଡି, ପିଙ୍କି ଭୁଇ ସହଯୋଗ କରିଥିଲେ।

Leave a Reply

Your email address will not be published. Required fields are marked *