ମୋହନଗିରି ମଣ୍ଡିରେ ଅବ୍ୟବସ୍ଥା, ଚାଷୀ ଅସନ୍ତୋଷ

ମ, ରାମପୁର/କ୍ରାନ୍ତିକ୍ଷେତ୍ର (ଉଦ୍ଧବ ପଣ୍ଡା) : କଳାହାଣ୍ଡି ଜିଲ୍ଲା ମ, ରାମପୁର ବ୍ଲକ ମୋହନଗିରି ପ୍ରାଥମିକ କୃଷି ସମବାୟ ସମିତି କୁ ଚାଷୀ ଧାନ ଆଣି ଆସୁଥିବାବେଳେ ଏପର୍ଯ୍ୟନ୍ତ ଚାଷୀଙ୍କ ହଜାର ହଜାର କ୍ଵିଣ୍ଟାଲ ଧାନ ମଣ୍ଡିରେ ପଡ଼ି ରହିଛି। ଚାଷୀ  ନିଜର ଧାନ ବିକ୍ରି କରିବା ପାଇଁ ଶୀତ କାକର ସହି ଭୋର୍ ସକାଳୁ ମଣ୍ଡି କୁ ଧାନ ଆଣୁଛି ଏବଂ ଜଗି ବସୁଛି। କେଉଁ ଚାଷୀ କାହାଠୁ ଋଣ ଆଣି ଚାଷ କରିଥିବା ବେଳେ ଧାନ ବିକ୍ରି କରି ନ ପାରି ନାହିଁ ନଥିବା ଅସୁବିଧା ଭୋଗୁଛି। ଆଜି ପର୍ଯ୍ୟନ୍ତ ଚାଷୀ କୁ ଧାନ ବିକ୍ରି କରିବା ପାଇଁ ମିଲର୍ସ ଅଖା ବସ୍ତା ଦେଉଥିବାବେଳେ ଏଯେଣ୍ଟ ମାନେ ଉକ୍ତ ବସ୍ତା କୁ ନିଜ ଘରେ ରଖି ବଣ୍ଟନ କରୁଥିବା ଅଭିଯୋଗ ହେଉଛି। ଏମିତି କି ଯେଉଁମାନେ ଧାନ ଦେଇ ସାରିଲାଣି ତାଙ୍କୁ ବସ୍ତା ମଧ୍ୟ ଫେରସ୍ତ କରାଯାଉନି। ଦିନକୁ ଗୋଟିଏ ମାତ୍ର ଗାଡ଼ି ଆସୁଥିବା ରୁ ଧାନ ମଣ୍ଡିରେ ଜାମ ହୋଇ ରହିଛି ଚାଷୀଙ୍କ ଧାନ। ସୂଚନା ଅନୁଯାୟୀ ମୋହନଗିରି ପ୍ରାଥମିକ କୃଷି ସମବାୟ ସମିତି କେନ୍ଦ୍ର ଠାରେ ୬ ଗୋଟି ମିଲର୍ସ ଟ୍ୟାଗ ହୋଇଥିବାବେଳେ ଗୋଟିଏ ବା ଦୁଇଟି ମିଲର୍ସ ମଣ୍ଡିରୁ ଧାନ ଉଠାଉଛନ୍ତି। ଯାହାଫଳରେ ଧାନ ଗଦା ହୋଇ ରହିଛି। ଏନେଇ ଚାଷୀ ମାନେ ଅସନ୍ତୋଷ ପ୍ରକାଶ କରିବା ସହିତ ଶୀଘ୍ର ଅଧିକରୁ ଅଧିକ ଗାଡ଼ି ଯୋଗାଇ ଧାନ ଉଠାଇବା କୁ ପ୍ରଶାସନ ନିକଟରେ ଦାବି କରିଛନ୍ତି।

Leave a Reply

Your email address will not be published. Required fields are marked *