ମ, ରାମପୁର/କ୍ରାନ୍ତିକ୍ଷେତ୍ର (ଉଦ୍ଧବ ପଣ୍ଡା) : କଳାହାଣ୍ଡି ଜିଲ୍ଲା ମ.ରାମପୁର ବ୍ଲକ ଶ୍ରୀ ବିନାୟକ ୟୁଥ୍ କ୍ଲବ ଆନୁକୁଲ୍ୟରେ ଚାଲିଥିବା ପାକେଲପଡ଼ା କପ୍ ୨୦୨୫ ନକ୍ଆଉଟ ଫୁଟବଲ ଟୁର୍ଣ୍ଣାମେଣ୍ଟ ଉଦ୍ଯାପିତ ହୋଇଇଛି। ଫାଇନାଲ ଖେଳ ଟକର୍ଲା ଓ ମୁଡିଙ୍ଗ ମଧ୍ୟରେ ଅନୁଷ୍ଠିତ ହୋଇଥିଲା। ଏଥିରେ ଟକର୍ଲା ଦଳ ୧/୦ ଗୋଲରେ ଚାମ୍ପିୟନ ହୋଇଛି। ପୁରସ୍କାର ବିତରଣ ସଭାରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା ପରିଷଦ ଅଧ୍ୟକ୍ଷ ପୁଷ୍ପେନ୍ଦ୍ର ସିଂହଦେଓ, ତୁଣ୍ଡଲା ପଞ୍ଚାୟତ ସରପଞ୍ଚ ସରୋଜ କୁମାର ସେଠ୍, ମୁଡିଙ୍ଗ ପଞ୍ଚାୟତ ସରପଞ୍ଚ ରାଜକିଶୋର ମାଝୀ, ମେରା ଯୁବ ଭାରତ କଳାହାଣ୍ଡିର ଜିଲ୍ଲା ସଂଯୋଜକ ପ୍ରସନ୍ନ କୁମାର ମେହେର, ମେରା ଯୁବ ଭାରତ କଳାହାଣ୍ଡିର ଜିଲ୍ଲା ଆକାଉଣ୍ଟେନ୍ ଦୂତୀଆ ବନଛୋର, ଅବସପ୍ରାପ୍ତ ଶିକ୍ଷକ ବାବୁଲାଲ କୁମାର, ସ୍ବେଛାସେବୀ ହେମାଗର ସା, ସ୍ବେଛାସେବୀ ତଥା ପ୍ରକୃତି ବନ୍ଧୁ ସନତ କୁମାର ସାହୁ ପ୍ରମୁଖ ଯୋଗଦେଇ ଖେଳାଳିମାନଙ୍କୁ ଉତ୍ସାହିତ କରିଥିଲେ। ଏବଂ ବିଜେତା ଓ ଉପବିଜେତା ଦଳକୁ ଟ୍ରଫି ସହିତ ନଗଦ ଅର୍ଥ ପ୍ରଦାନ କରିଥିଲେ। ଭାରତ ସରକାରଙ୍କ ଯୁବ ବ୍ୟାପାର ଓ କ୍ରୀଡା ମନ୍ତ୍ରଣାଳୟ ଅଧିନସ୍ଥ ମୋ’ ଭାରତ କଳାହାଣ୍ଡି ଶାଖା ସହାୟତାରେ ଗତ ସୋମବାର ଠାରୁ ଶ୍ରୀ ବିନାୟକ ୟୁଥ୍ କ୍ଲବ ଦ୍ଵାରା ବିଭିନ୍ନ ଖେଳ ପ୍ରତିଯୋଗିତା ଆୟୋଜନ ହୋଇଥିଲା। ଏହି ଖେଳରେ ମୁଖ୍ୟ ରେଫରୀ ଲବ ସୁନାନି, ସହାୟକ ରେଫରି ଦିନେଶ କୁମାର, ବିନୋଦ ହେଣ୍ଡା, ପିଙ୍କୁ ଚନ୍ଦନ ଦାଇତ୍ୱ ତୁଲାଇଥିଲେ। ଶ୍ରୀ ବିନାୟକ ୟୁଥ୍ କ୍ଲବ ସଭାପତି ଯଶୋବନ୍ତ ଗହିର, ସମ୍ପାଦକ ଲକ୍ଷାପତି ଭୋଇ, ସର୍ଜନ ବଗର୍ତ୍ତୀ, ବିଦ୍ୟାଧର ଭୋଇ, ବାଞ୍ଛା ଭୋଇ, ସର୍ଜନ ଜାନୀ, ମାଧବ ବଗର୍ତ୍ତୀ,ମୁକେଶ ନାଗ,ଇଶ୍ଵର ଜାନୀଙ୍କ ସମେତ ଅନୁଷ୍ଠାନର ସମସ୍ତ କର୍ମକର୍ତ୍ତା ସହଯୋଗ କରିଥିଲେ।
