ଥର୍‌ ଗାଡ଼ି କେଳେଙ୍କାରୀ ମାମଲା ; ମନ୍ତ୍ରୀ କହିଲେ..କାର୍ଯ୍ୟାନୁଷ୍ଠାନ ନିଶ୍ଚିତ

ଭୁବନେଶ୍ବର/କ୍ରାନ୍ତିକ୍ଷେତ୍ର : (ଯଯାତୀ କେଶରୀ ବେହେରା) ଥର୍ ଗାଡି କେଳେଙ୍କାରୀ ଘଟଣାରେ ମୁହଁ ଖୋଲିଲେ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ଗଣେଶ ରାମ ସିଂ ଖୁଣ୍ଟିଆ । କେଳେଙ୍କାରୀର ତଦନ୍ତ ଏଜି କରୁଛନ୍ତି । ଦୋଷୀଙ୍କ ଉପରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି ବିଭାଗୀୟ ମନ୍ତ୍ରୀ । ପିସିସିଏଫ୍ ସ୍ତରରେ ନେଣଦେଣ ହୋଇଛି । ମୋଡିଫିକେସନର କଣ ଆବଶ୍ୟକତା ଥିଲା ? ତାହାର ଉତ୍ତର ଅଧିକାରୀଙ୍କୁ ମଗାଯାଇଥିଲା । ଉତ୍ତର ସନ୍ତୋଷଜନକ ନ ରହିବାରୁ ଏ ବାବଦରେ ତଦନ୍ତ ପାଇଁ ନିର୍ଦ୍ଦେଶ ଦିଆଯାଇଥିଲା । ଓପନ ଟେଣ୍ଡର କାହିଁକି କରାଗଲାନି ? ଦୁର୍ନୀତିକୁ କାହିଁକି ପ୍ରଶୟ ଦିଆଗଲା । ଏଜି ଅଡିଟର ତଦନ୍ତରେ ସବୁ ସତ ସାମ୍ନାକୁ ଆସିବ । କେବଳ ଥର ନୁହେଁ ଅନ୍ୟ ସମସ୍ତ ଗାଡିର ମଧ୍ୟ ତଦନ୍ତ ହେବ ବୋଲି କହିଛନ୍ତି ମନ୍ତ୍ରୀ ।

ପୂର୍ବତନ ପିସିସିଏଫ୍‌ ହୁଅନ୍ତୁ ବା ବରିଷ୍ଠ ଅଧିକାରୀ ଯିଏ ଦୋଷୀ ଏବଂ ଯିଏ ନୀତିନିୟମକୁ ଉଲ୍ଲଂଘନ କରିଥିବ ସମସ୍ତଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ । ମୋହନ ସରକାର ଦୁର୍ନୀତିକୁ ଆଦୌ ପ୍ରଶୟ ଦେବେନି ବୋଲି କହିଛନ୍ତି ଗଣେଶ ରାମ ସିଂ ଖୁଣ୍ଟିଆ । ଏହି ଅନିୟମିତତା ନେଇ ପୂର୍ବରୁ ଅଭିଯୋଗ ଆସିଥିଲା । ଗାଡି କିଣିବା ପରେ ଏହାର ମୋଡିଫିକେସନ ପାଇଁ ଖର୍ଚ୍ଚ ହୋଇଥିଲା ୫ କୋଟିରୁ ଅଧିକ ଟଙ୍କା । ୫୧ଟି ଗାଡ଼ିର ମୋଡିଫିକେସନରେ ଏହି ଟଙ୍କା ଖର୍ଚ୍ଚ ହୋଇଥିଲା । ଆବଶ୍ୟକତାଠାରୁ ଅଧିକ ଖର୍ଚ୍ଚ ହୋଇଥିବା ଅଭିଯୋଗ ଖବର କନକ ନ୍ୟୁଜରେ ପ୍ରସାରିତ ହୋଇଥିଲା । ଶେଷରେ କେଳେଙ୍କାରୀର ଖୋଳତାଡ଼ ଆରମ୍ଭ କରିଛି ଜଙ୍ଗଲ ବିଭାଗ ।

Leave a Reply

Your email address will not be published. Required fields are marked *