କୋଷାଗୁମୁଡା/କ୍ରାନ୍ତିକ୍ଷେତ୍ର : ନବରଙ୍ଗପୁର ଜିଲ୍ଲା କୋଷାଗୁମୁଡା ବ୍ଲକ ସଦର ମହକୁମା ସ୍ଥିତ ଆରଏମସି ମାର୍କେଟ ପରିସରରେ ଆଜି ଧାନମଣ୍ଡିର ଶୁଭ ଉଦ୍ଘାଟନ ହୋଇଯାଇଛି। ଏହି ଉଦ୍ଘାଟନ ଉତ୍ସବରେ କୋଷାଗୁମୁଡା ଲ୍ୟାମ୍ପ ସଭାପତି ହରିହର ଭଣ୍ଡାରୀ, ଲ୍ୟାମ୍ପ ଏମଡ଼ି ପ୍ରଣବ ମହାନ୍ତି, ଲୁଲୁ ଷଡ଼ଙ୍ଗୀ, କୋଷାଗୁମୁଡା ସାଂସଦ ପ୍ରତିନିଧି ସୁରେଶ ପାତ୍ର, ବ୍ଲକ ଅଧ୍ୟକ୍ଷା ସର୍ବେଶ୍ୱରୀ ମାଝୀ, କୋଷାଗୁମୁଡା ସମିତି ସଭ୍ୟ ଲକ୍ଷ୍ମଣ ପୂଜାରୀ, ମୋତିଗାଁ ସମିତି ସଭ୍ୟ ତ୍ରିଲୋଚନ ଧାକଡ଼, ମଙ୍ଗଳ ସିଂ ହଲବା, ସ୍ବୟଂ ସହାୟକ ଗୋଷ୍ଠୀ ର ମହିଳା ସଦସ୍ୟଙ୍କ ସମେତ ବ୍ଲକ ସଦର ମହକୁମାର ବୁଦ୍ଧିଜୀବୀ ଓ ଭଦ୍ରବ୍ୟକ୍ତିମାନେ ଉପସ୍ଥିତ ରହି ପୂଜାର୍ଚନା କରିବା ସହ ଓଜନ ଯନ୍ତ୍ର କୁ ନଡ଼ିଆ ଭାଙ୍ଗି ମଣ୍ଡିର ଶୁଭ ଉଦ୍ଘାଟନ କରିଥିବା ଦେଖିବାକୁ ମିଳିଛି। ଏହି ଅବସରରେ କୋଷାଗୁମୁଡା ଲେମ୍ପ, କଲ୍ୟାଣୀ ସୟଂ ସହାୟିକା ଗୋଷ୍ଠୀ ଓ ମହାଲକ୍ଷ୍ମୀ ସୟଂ ସହାୟିକା ଗୋଷ୍ଠୀ ମଧ୍ୟ ଆର ଏମ ସି ପରିସର ମଧ୍ୟରେ ଧାନମଣ୍ଡିର ଶୁଭ ଉଦ୍ଘାଟନ କରିଛନ୍ତି। ଧାନମଣ୍ଡି ଉଦ୍ଘାଟନ ହେବାପରେ ଚାଷୀ ମହଲରେ ଆନନ୍ଦର ଲହରୀ ଖେଳିଯାଇଥିବା ଦେଖିବାକୁ ମିଳିଛି ।

