ମ,ରାମପୁର/କ୍ରାନ୍ତିକ୍ଷେତ୍ର(ଉଦ୍ଧବ ପଣ୍ଡା) : କଳାହାଣ୍ଡି ଜିଲ୍ଲା ମ ରାମପୁର ବ୍ଲକ ଉର୍ଲାଦାନୀ ପଞ୍ଚାୟତ ଅନ୍ତର୍ଗତ ରଙ୍ଗାପଦର ସ୍ଥିତ ସ୍ବେଚ୍ଛାସେବୀ ଅନୁଷ୍ଠାନ ସେବାଜଗତ ପ୍ରଶିକ୍ଷଣ କେନ୍ଦ୍ର ଠାରେ ଦୁଇ ଦିନ ଧରି ଏଫ.ଇ. ଏସ ଭୁବନେଶ୍ୱର ସହାୟତାରେ ମହିଳା ମାନଙ୍କୁ ନେଇ ଗୋଷ୍ଟି ଜଙ୍ଗଲ ସମ୍ବଳ ପରିଚାଳନା ନିମନ୍ତେ ଜିଲ୍ଲାସ୍ତରୀୟ ମହିଳା ନେତ୍ରୀ ମାନଙ୍କୁ ନେଇ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଛି। ନର୍ଲା ,ଗୋଲାମୁଣ୍ଡା, କର୍ଲାମୁଣ୍ଡା ଓ ମ ରାମପୁର ବ୍ଲକରୁ ୫୦ ଜଣ ମହିଳା ନେତ୍ରୀ ଅଂଶ ଗ୍ରହଣ କରିଥିଲେ। ଏହି ତାଲିମ୍ ମୁଖ୍ୟ ଉଦ୍ଦେଶ୍ୟ ହେଲା -ଗ୍ରାମ ସଭା ଓ ଗୋଷ୍ଟି ଜଙ୍ଗଲ ସମ୍ବଳ ପରିଚାଳନା କମିଟିର ସଦସ୍ୟ ମାନଙ୍କ ମଧ୍ୟରୁ ମହିଳା ନେତ୍ରୀ ମାନଙ୍କୁ ବାଛି ସେମାନଙ୍କୁ ଜଙ୍ଗଲ ସମ୍ବଳ ପରିଚାଳନା ଯୋଜନା ଓ ଏହାର କାର୍ଯ୍ୟକାରିତା ନିମନ୍ତେ ନେତୃତ୍ୱ ନେବା ପାଇଁ ସଶକ୍ତ କରିବା, ଗ୍ରାମ ସଭା, ଭୂଖଣ୍ଡ ଇତ୍ୟାଦି ରେ ମହିଳା ମାନଙ୍କ ଅଂଶ ଗ୍ରହଣ ଓ ନେତୃତ୍ୱ କୁ ଆନୁଷ୍ଠାନିକ କରିବା, ଯେହେତୁ ମହିଳା ମାନଙ୍କ ଭୂମିକା ସବୁ କ୍ଷେତ୍ରରେ ଅଧିକାଂଶ ରହୁ ଥିବାରୁ ଆଗକୁ ଯେ’ କୋୖଣସି ସମସ୍ୟା ଆସିଲେ ବି ତାର ସମାଧାନର ପନ୍ଥା ବାହାର କରିପାରିବେ। ଏହି କାର୍ଯ୍ୟକ୍ରମ କୁ ତାଲିମଦାତା ହିସାବରେ ପ୍ରବୀଣ ଦିଗଲ, ଅମିତ କୁମାର ସାହୁ ଓ ଯାଜ୍ଞସେନି ଭୋଇ ପରିଚାଳନା କରିଥିବାବେଳେ ସେବା ଜଗତ ଅନୁଷ୍ଠାନର ଅନ୍ୟ ସାଥି ମାନେ ସହଯୋଗ କରିଥିଲେ।

