ଯେଉଁଠାରେ ବିକାଶ ଅଛି ସେହିଠି ପ୍ରତିଦ୍ବନ୍ଦିତା କରାଯାଉ
କୋକସରା/କ୍ରାନ୍ତିକ୍ଷେତ୍ର : ଭୋଜି ଭାତ କରି ଅଯଥାରେ ଅର୍ଥ ଅପବ୍ୟୟ କରନ୍ତୁ ନାହିଁ, କରିବାର ଯଦି ଅଛି ଅର୍ଥ ସଞ୍ଚୟ କରନ୍ତୁ, ଯେଉଁଠାରେ ଆମର ବିକାଶ ଅଛି, ଆବଶ୍ୟକତା ଅଛି, ସେହିଠାରେ ପ୍ରତିଦ୍ବନ୍ଦିତା କରନ୍ତୁ ବୋଲି ଗୁରୁବାର କୋକସରା ବ୍ଲକ ଡାଲଗୁମା ହାଇ ସ୍କୁଲ ପରିସରରେ ଅନୁଷ୍ଠିତ ମୋଟେର ଜୋନ୍ ସ୍ତରୀୟ ଯାଦବ ସମ୍ମିଳନୀରେ ଅତିଥି ମାନେ ମତ ପ୍ରକାଶ କରିଛନ୍ତି। ମୋଟେର ଜୋନ୍ ଯାଦବ ସମିତି ସଭାପତି ଲିଙ୍ଗରାଜ ବେହେରାଙ୍କ ସଭାପତିତ୍ବରେ ଅନୁଷ୍ଠିତ ସମ୍ମିଳନୀରେ ବ୍ଳକ ଯାଦବ ମହାସଭାର ସଭାପତି ଦ୍ବାରିକାନାଥ ବାଗ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଥିଲେ। ବ୍ଳକ ଯାଦବ ମହାସଭାର ସମ୍ପାଦକ ବିଦ୍ୟାଧର ଗହୀର, କୋଷାଧ୍ୟକ୍ଷ ଗଣେଶ୍ୱର ପୁଞ୍ଜି, କାର୍ଯ୍ୟକାରୀ ସଭାପତି ସୁଦର୍ଶନ ବେହେରା, ମୋଟେର ଜୋନ ସମ୍ପାଦକ ମନିଜର ପୋଡ଼, କର୍ମଚାରୀ ସଂଘ ସଭାପତି ପ୍ରେମଲାଲ ଗୋପାଳ, କର୍ମଚାରୀ ସମ୍ପାଦକ ଭାଗବତ କଟା, ବ୍ଲକ ଉପସଭାପତି ଜନ୍ମେଜୟ ଯାଦବ, ଆମପାଣି ଜୋନ ଉପସଭାପତି ଆନନ୍ଦ ଗୋପାଳ, ସମ୍ପାଦକ ଲଛମନ ନାଏକ, କୋକସରା ଜୋନ ସମ୍ପାଦକ ଯୁଗଳ ହଂସ ସମେତ ୭ ଗୋଟି ଆଞ୍ଚଳିକ ସଭାପତି ପ୍ରଭାତ ଚଣ୍ଡି, ଲୋକନାଥ ଚଣ୍ଡି, ଅଚ୍ୟୁତ ନାଏକ, ଟିକେଶ୍ୱର ରାଉତ, ସୁରେଶ ନାଗ, ଗଣେଶ ରାଉତ, ଗରିବ ଚନ୍ଦ୍ର ଲହଜଳ ପ୍ରମୁଖ ମଞ୍ଚାସୀନ ହୋଇଥିଲେ। ଏହି ଅବସରରେ ଯାଦବ ସମାଜର ସମ୍ବିଧାନ ଉପରେ ଆଲୋଚନା କରାଯାଇଥିଲା।

ବ୍ଳକ ଯାଦବ ମହାସଭାର ସଭାପତି ଶ୍ରୀବାଗ ସାମାଜିକ ସମ୍ବିଧାନ ବିଷୟରେ ପୁଙ୍ଖାନୁପୁଙ୍ଖ ଭାବରେ ଆଲୋକପାତ କରିବା ସହ ସମସ୍ତେ ସମାଜର ସମ୍ବିଧାନ ମାନିବାକୁ ଆହ୍ବାନ ଦେଇଥିଲେ। ବାଲ୍ୟ ବିବାହ, ଯୌତୁକ ପ୍ରଥା, ଭାର ପ୍ରଥା, ବର୍ଣ୍ଣି ବ୍ୟବସ୍ଥା, ମଦ୍ୟପାନ କୁ ବିରୋଧ କରାଯିବା ସହ କୁଣ୍ଡାବୋରି, ବିବାହ ଓ ବିଭିନ୍ନ କାର୍ଯ୍ୟ ଉପରେ ତିଆରି ହୋଇଥିବା ସମାଜିକ ନିୟମାବଳୀ କୁ ଉପସ୍ଥାପନା କରିଥିଲେ। ଶିକ୍ଷା, ସଂସ୍କୃତି, ରାଜନୈତିକ, ଅର୍ଥନୈତିକ, ସାମଜର ମୌଳିକ ଅଧିକାର, ନ୍ୟାର୍ଯ୍ୟ ଦାବି ଗୁଡିକ ପାଇବା ନେଇ ଏକତ୍ରିତ ହେବାକୁ ଆହ୍ବାନ ଦେଇଥିଲେ। ସମାଜର ସାମ୍ବିଧାନିକ ନିୟମରେ କ’ଣ ପରିବର୍ତ୍ତନ ହେବ କ’ଣ ରହିବ ସେ ନେଇ ଉପସ୍ଥିତ ଯାଦବ ସମାଜର କର୍ମକର୍ତ୍ତା ମାନେ ନିଜ ନିଜ ମତାମତ ରଖିଥିଲେ। ଏହାପରେ ୭ ଗୋଟି ଆଞ୍ଚଳିକ ସଭାପତି, ଭାତ ଗୃପର କର୍ମକର୍ତ୍ତା ସମେତ ଉପସ୍ଥିତ ଯାଦବପ୍ରେମୀ ସାମାଜିକ ସମ୍ବିଧାନ କୁ ମାନିବା ପାଇ ଶପଥଗ୍ରହଣ କରିଥିଲେ। କାର୍ଯ୍ୟକ୍ରମ କୁ ପଦ୍ମବନ ବେମାଲ ମଞ୍ଚ ସଂଯୋଜନା କରିଥିବାବେଳେ ବ୍ଳକ ଯାଦବ ମହାସଭାର ପୂର୍ବତନ ସମ୍ପାଦକ ଅଲେଖ ଗୋପାଳ ଧନ୍ୟବାଦ ଅର୍ପଣ କରିଥିଲେ।

