ଗଞ୍ଜେଇ ସହ କାର ଜବତ ; ୨ କୋର୍ଟ ଚାଲାଣ

ମ, ରାମପୁର/କ୍ରାନ୍ତିକ୍ଷେତ୍ର (ଉଦ୍ଧବ ପଣ୍ଡା) : କଳାହାଣ୍ଡି ଜିଲ୍ଲା ମ ରାମପୁର ଅଞ୍ଚଳରେ ଦିନ କୁ ଦିନ ଗଞ୍ଜେଇ ମାଫିଆଙ୍କ ରାଜ ବଢ଼ି ବଢ଼ି ଚାଲିଛି ପୋଲିସର କଡା ଯାଞ୍ଚ ପରେ ମିଳିଛି ବଡ଼ ସଫଳତା। ପୋଲିସ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ମ, ରାମପୁର ଥାନା ଡମକର୍ଲାଖୁଣ୍ଟା ପଞ୍ଚାୟତ ଅନ୍ତର୍ଗତ ପାଜିବାହାଲି ଛକ ନିକଟରେ ଥିବା ସିଆରପିଏଫ କ୍ୟାମ୍ପ ପାଖରେ ସ୍ଥାନୀୟ ପୋଲିସ ସନ୍ଦେହରେ ମୋହନଗିରି ପଟୁ ଆସୁଥିବା କାରକୁ ଅଟକାଇ ଥିଲେ। ଦେଖିବାକୁ ପାଇଥିଲେ ଗଞ୍ଜେଇ ୫୪ କେଜି ୫୦୦ ଗ୍ରାମ ଚୋରାଚାଲାଣ ହେଉଛି। ଗଞ୍ଜେଇ ସହ କାର ଜବତ,୨ ଜଣ ଗିରଫ ହୋଇଛନ୍ତି ସେମାନେ ହେଲେ କନ୍ଧମାଳ ଜିଲ୍ଲା ବାଲିଗୁଡା ଥାନା ମାଲିସିଆ ଗ୍ରାମ ର ଦିନେଶ ଦିଗାଲ,(୩୫ କାର ଡ଼୍ରାଇଭର) ବିକାଶ ମଲ୍ଲିକ ୨୫ କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ପୋଲିସ ସୂତ୍ରରୁ ସୂଚନା ମିଳିଛି। ଗଞ୍ଜେଇ ବଲାଙ୍ଗୀର ଜିଲ୍ଲ ପାଟଣା ଗଡ଼ କୁ ଚୋରାଚାଲାଣ ହେଉଥିବା ପୋଲିସ ପ୍ରକାଶ କରିଛି । ସ୍ଥାନୀୟ ଅତିରିକ୍ତ ତହସିଲଦାର ଓ ଥାନା ଅଧିକାରୀ ଚିତ ରଞ୍ଜନ ପ୍ରଧାନୀ,ଏସଆଇ କବିତା ବାଗ ସମେତ ସମସ୍ତ ପୋଲିସ କର୍ମଚାରୀ ସହ ଯୋଗାଯୋଗ କରିଥିଲେ।