ସିଙ୍ଗିପୁଟ ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟର ବାର୍ଷିକ ଉତ୍ସବ

ରାୟଗଡ଼ା/କ୍ରାନ୍ତିକ୍ଷେତ୍ର : ରାୟଗଡ଼ା ଜିଲ୍ଲା ସଦର ବ୍ଳକ୍ ତାଡ଼ମା ପଞ୍ଚାୟତ ଅଧିନସ୍ତ ସିଙ୍ଗିପୁଟ ସରକାରୀ ଉନ୍ନୀତ ଉଚ୍ଚ  ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ସନ୍ତୋଷିନୀ ଦାସଙ୍କ ସଭାପତିତ୍ବରେ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୁଖ୍ୟ ଅତିଥି ଭାବେ ରାୟଗଡ଼ା ଜିଲ୍ଲା କଳା ସଂସ୍କୃତି ସଂଘ ଉପ ସଭାପତି ସନ୍ତୋଷ କୁମାର ବଛା ଯୋଗଦେଇ ଥିଲେ। ମୁଖ୍ୟ ବକ୍ତା ଭାବେ ସରକାରୀ ଉଚ୍ଚ ବିଦ୍ୟାଳୟ ତାଡ଼ମା ପ୍ରଧାନ ଶିକ୍ଷକ ଲକ୍ଷ୍ମୀ ନାରାୟଣ ପାଳ, ସମ୍ମାନୀତ ଅତିଥି ଭାବେ ସ୍ଥାନୀୟ ସରପଞ୍ଚ ଆଲେମି ଜାକାକା, ସମିତି ସଭ୍ୟ ଚନ୍ଦ୍ରଶେଖର ଖରସାଳିବଂଶ, ଆଞ୍ଚଳିକ କେନ୍ଦ୍ର ସଂଯୋଜକ ଏମ ଗଣେଶ୍ୱର ରାଓ, ସହକାରୀ ଗୋଷ୍ଟି ଶିକ୍ଷ୍ୟା ଅଧିକାରୀ ବଳରାମ ହୁଇକା, ଓଡ଼ିଶା ଆଦର୍ଶ ବିଦ୍ୟାଳୟ ପ୍ରିନ୍ସପାଲ୍ ଖିରେଶ୍ୱର୍ ପ୍ରଧାନ, ଏସଏମ୍ ସି ଚେୟାରମେନ୍ କାନାରା କାଡ୍ରାକା ପ୍ରମୁଖ ମଞ୍ଚାସିନ ରହିଥିଲେ। ବିଦ୍ୟାର୍ଥୀ ମାନେ ସ୍ବାଗତମ୍ ସଙ୍ଗୀତ ପରିବେଷଣ କରିବା ପରେ ଅତିଥିଙ୍କ ଅଭିଭାଷଣ ସହ କୃତି ଛାତ୍ରଛାତ୍ରୀଙ୍କୁ ପୁରସ୍କୃତ କରଯାଇଥିଲା। ଶେଷରେ ସାଂସ୍କୃତିକ କାର୍ଯ୍ୟକ୍ରମ ହୋଇଥିଲା। ବିଦ୍ୟାଳୟର ହିନ୍ଦୀ ଶିକ୍ଷୟତ୍ରୀ ମନସ୍ଵିନୀ ପାଢ଼ୀ ସଭା ପରିଚାଳନା କରିଥିଲେ। କାର୍ଯ୍ୟକ୍ରମରେ ବିଦ୍ୟାଳୟର ସମସ୍ତ ଛାତ୍ରଛାତ୍ରୀ, ଅଭିଭାବକ, ଗ୍ରାମବାସୀ ପ୍ରମୁଖ ଉପସ୍ଥିତ ରହିଥିବାବେଳେ ବିଦ୍ୟାଳୟର ସମସ୍ତ ଶିକ୍ଷୟତ୍ରୀ, କର୍ମଚାରୀ ବିଶେଷ ସହଯୋଗ କରିଥିଲେ।

Leave a Reply

Your email address will not be published. Required fields are marked *