ଲାଞ୍ଜିଗଡ଼ ବ୍ଲକସ୍ତରୀୟ ବନ୍ଦେ ମାତରଂ କାର୍ଯ୍ୟକ୍ରମ

ଲାଞ୍ଜିଗଡ/କ୍ରାନ୍ତିକ୍ଷେତ୍ର( ସୈାମ୍ୟ ରଞ୍ଜନ ପାତ୍ର) : ବନ୍ଦେ ମାତରମ୍ ର ୧୫୦ତମ ବାର୍ଷିକୀ ପାଳନ ଅବସରରେ ଲାଞ୍ଜିଗଡ଼ ବ୍ଲକ୍ ପ୍ରଶାସନ ତରଫରୁ ବ୍ଲକ ମୁଖ୍ୟାଳୟ ବିଶ୍ୱନାଥପୁର ଗୋପବନ୍ଧୁ ଖେଳ ପଡିଆଠାରେ ସାମୁହିକ ବନ୍ଦେ ମାତରଂ ଗାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ବିଡିଓ ଶଶାଙ୍କ ପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ପଞ୍ଚାୟତ ସମିତି ଅଧ୍ୟକ୍ଷା କମଳା ପାତ୍ର ଯୋଗଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ଉପାଧ୍ୟକ୍ଷ ସଞ୍ଜିବ କୁମାର ନାୟକ, ଗୋଷ୍ଠୀ ଶିକ୍ଷାଧିକାରୀ ରୁଷିଆ ମେହେର, ସରପଞ୍ଚ ସଂଘ ସଭାପତି କାନ୍ଧରୁ ମାଝୀ, ଅତିରିକ୍ତ ଗୋଷ୍ଠୀ ଶିକ୍ଷାଧିକାରୀ ଭାରତ ଭୂଷଣ ସାହୁ, ପୂର୍ବତନ ଅଧ୍ୟକ୍ଷ ମନୋହର ହରପାଳ, ସମାଜସେବୀ ହରିଶଙ୍କର ପାତ୍ର ପ୍ରମୁଖ ଯୋଗ ଦେଇଥିଲେ। ଏଥିରେ ଛାତ୍ରଛାତ୍ରୀ ଓ ସମସ୍ତ କର୍ମଚାରୀ ଯୋଗଦେଇ ସାମୂହିକ ବନ୍ଦେ ମାତରଂ ଗାନ କରିଥିଲେ। କାର୍ଯ୍ୟକ୍ରମକୁ ବରିଷ୍ଠ ଶିକ୍ଷକ ତପନ କୁମାର ଭୋଇ ସଂଯୋଜନା କରିଥିଲେ। ଏଥିରେ ବିଏସଏଓ ଅରବିନ୍ଦ ମହାପାତ୍ରଙ୍କ ସମେତ ସିଆରସିସି ଓ ଶିକ୍ଷକ ମାନେ ଉପସ୍ଥିତ ରହି ପରିଚାଳନାରେ ସହଯୋଗ କରିଥିଲେ।