ଜୁନାଗଡ/କ୍ରାନ୍ତିକ୍ଷେତ୍ର : ଜୁନାଗଡ଼ ସହରରେ ମହା ଆଡ଼ମ୍ବରରେ ବିଶାଳ ହିନ୍ଦୁ ସମ୍ମିଳନୀ ଅନୁଷ୍ଠିତ ହୋଇଛି। ଏହି ବିଶାଲ ହିଁନ୍ଦୁ ସମ୍ମିଳନୀ ଜୁନାଗଡ଼ ସହରର ବଜାରପଡ଼ା ସ୍ଥିତ ଶିବ ମନ୍ଦିରରୁ କଳସ ଯାତ୍ରା ବାହାରି ସ୍ଥାନୀୟ ଖେଲ ପଡିଆରେ ଶହ ଶହ ହିନ୍ଦୁ ପ୍ରେମୀ ମାଁ ଭଉଣି ଓ ବାଇକ ରେଲିରେ ବାଜା ରୋଷଣୀରେ ବିଭିନ୍ନ ରାସ୍ତା ଦେଇ ପହଞ୍ଚି ଥିଲେ। ଏହି ସମ୍ମିଳନୀର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ସନାତନ ଧର୍ମର ମହତ୍ତ୍ୱକୁ ସାଧାରଣ ଜନତାଙ୍କ ମଧ୍ୟରେ ପୁନର୍ଜାଗୃତ କରିବା ସହ ହିନ୍ଦୁ ସମାଜକୁ ଏକତ୍ର କରି ଧର୍ମୀୟ ଓ ସାଂସ୍କୃତିକ ମୂଲ୍ୟବୋଧକୁ ସୁଦୃଢ଼ କରିବା,ଆୟୋଜକ ମାନେ କହିନ୍ତି, ବର୍ତ୍ତମାନ ସମୟରେ ହିନ୍ଦୁ ସମାଜ ଉପରେ ନାନା ପ୍ରକାର ସାମାଜିକ, ସାଂସ୍କୃତିକ ଓ ଧର୍ମୀୟ ଚ୍ୟାଲେଞ୍ଜ ଆସୁଥିବା ବେଳେ, ସମସ୍ତ ହିନ୍ଦୁ ଭାଇ-ଭଉଣୀଙ୍କୁ ଏକ ମଞ୍ଚରେ ଏକତ୍ର କରି ସନାତନ ଧର୍ମର ସୁରକ୍ଷା ଓ ସଂରକ୍ଷଣ ପାଇଁ ଏପରି ସମ୍ମିଳନୀ ଅତ୍ୟନ୍ତ ଆବଶ୍ୟକ। ସମ୍ମିଳନୀ ମାଧ୍ୟମରେ ଧର୍ମୀୟ ସଚେତନତା ବୃଦ୍ଧି, ସାମାଜିକ ଏକତା ସୁଦୃଢ଼ କରିବା ସହ ଭାରତୀୟ ସଂସ୍କୃତି ଓ ପରମ୍ପରାର ପୁନରୁତ୍ଥାନ ଉପରେ ବିଶେଷ ଗୁରୁତ୍ୱ ଦିଆଯିବ। ଧର୍ମୀୟ ଆଲୋଚନା, ବକ୍ତୃତା ଓ ମତବିନିମୟ ମାଧ୍ୟମରେ ସନାତନ ଧର୍ମର ଆଦର୍ଶକୁ ଆଗାମୀ ପିଢ଼ି ପର୍ଯ୍ୟନ୍ତ ପହଞ୍ଚାଇବାର ପ୍ରୟାସ କରାଯିବ, ଖେଲ ପଡିଆରେ ଧର୍ମୀୟ ଆଲୋଚନା ସଭା ଓ ବିଭିନ୍ନ ସନ୍ତ-ମହାତ୍ମାଙ୍କ ଦ୍ୱାରା ଉଦ୍ବୋଧନ ହୋଇଥିଲା।ଯେଉଁଥିରେ ସନାତନ ଧର୍ମ, ହିନ୍ଦୁ ଏକତା ଓ ସାମାଜିକ ଦାୟିତ୍ୱ ବିଷୟରେ ବିସ୍ତୃତ ଆଲୋଚନା କରାଯାଇଥିଲା। ସନ୍ଧ୍ୟା ବେଳେ ଭଜନ, କୀର୍ତ୍ତନ ଓ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ସହିତ ସମ୍ମିଳନୀର ସମାପନ ହେବ ଆଶଙ୍କା ରହିଛି। ଏହି ବିଶାଳ ସମ୍ମିଳନୀରେ ରାଜ୍ୟର ବିଭିନ୍ନ ଅଞ୍ଚଳରୁ ହିନ୍ଦୁ ସଂଗଠନର କର୍ମକର୍ତ୍ତା, ସନ୍ତ-ମହାତ୍ମା, ବୁଦ୍ଧିଜୀବୀ ସହ ଶତାଧିକ ଭକ୍ତ ଓ ଶ୍ରଦ୍ଧାଳୁଙ୍କ ଯୋଗଦାନ କରିଥିଲେ।ସମ୍ମିଳନୀକୁ ସୁଚାରୁ ଓ ସଫଳ ଭାବେ ଆୟୋଜନ କରିବା ପାଇଁ ଆୟୋଜକ କମିଟି ପକ୍ଷରୁ ପ୍ରକୃତ ହିନ୍ଦୁ ପ୍ରେମୀ ଲାଭ ବାନ ହୋଇଥିଲେ । ଏହି ହିନ୍ଦୁ ସମ୍ମିଳନୀ କାର୍ଯ୍ୟକ୍ରମରେ ଦୁର୍ଗା ପ୍ରସାଦ ନାଏକ, ମନୋଜ ମେହେର, ପବିତ୍ର ବେହେରା, ହିମାଂଶୁ ଶେଖର ବରାଡ, ପ୍ରବୀର ଗୋଏଲ,ମୁଖେଶ ଅଗ୍ରୱାଲ, ସୁଧାଂଶୁ ଶେଖର ବରାଡ, କୁଞ୍ଜ ଅଗ୍ରୱାଲ, କାଳନ୍ଦୀ ପାଣିଗ୍ରାହୀ, ରଞ୍ଜନ କୁମାର ଜାଲ, ରଶ୍ମି ରଂଜନ ନାଏକ ପ୍ରମୁଖ ଯୋଗ ଦେଇଥିଲେ।
