ପ୍ରଧାନ ଶିକ୍ଷକଙ୍କୁ ଅବସର କାଳୀନ ସମ୍ବର୍ଦ୍ଧନା

କୋକସରା/କ୍ରାନ୍ତିକ୍ଷେତ୍ର : କୋକସରା ବ୍ଲକ ମୁଷାପାଲି ଯମୁନାଦେବୀ ଗ୍ରାମ ପଞ୍ଚାୟତ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଦୟାନିଧି ଘି ଙ୍କୁ ଅବସର କାଳୀନ ସମ୍ବର୍ଦ୍ଧନା ଦିଆଯାଇଛି। ବିଦ୍ୟାଳୟର ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ଅଲେଖ ନିରଞ୍ଜନ ବେହେରାଙ୍କ ସଭାପତିତ୍ବରେ ଆୟୋଜିତ ଅବସର କାଳୀନ ସମ୍ବର୍ଦ୍ଧନା ସଭାରେ କୋକସରା ଗୋଷ୍ଠୀ ଶିକ୍ଷା ଅଧିକାରୀ ମହେଶ କୁମାର ଭାଟି ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। କୋକସରା ଜବାହର ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସୁଧୀର କୁମାର ପଣ୍ଡା ମୁଖ୍ୟବକ୍ତା, ସମିତି ସଭ୍ୟା ଅଞ୍ଜନା ଦୁର୍ଗା, ଏସ୍ଏମସି ସଭାପତି ହୀରିଲାଲା ରାଉତ, ଲକ୍ଷ୍ମଣ ଗୋପାଳ, ପ୍ରଧାନ ଶିକ୍ଷକ ବିରଞ୍ଚି ହୋତା ପ୍ରମୁଖ ସମ୍ମାନୀତ ଅତିଥି ଭାବେ ଯୋଗ ଦେଇଥିଲେ। ଏହି କ୍ରମରେ ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ଶ୍ରୀଘି ଙ୍କୁ ଉପଢ଼ୌକନ ଓ ମାନପତ୍ର ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା। ଏବଂ ତାଙ୍କର ଅବସର ଜୀବନ ସୁସ୍ଥ ଓ ନିରାମୟ ହେଉ ବୋଲି ଅତିଥି ମାନେ କାମନା କରିଥିଲେ। କାର୍ଯ୍ୟକ୍ରମ କୁ ଅଲେଖ ଚନ୍ଦ୍ର ଗୋପାଳ ସଂଯୋଜନା କରିଥିଲେ। ଗ୍ରାମର ଦିଗାମ୍ବର ନାଗ, ରୋହିତ ଗୋପାଳ, ଭିକାରୀ ଦୁର୍ଗା, ଜଗ ମୋହନ ଚନ୍ଦନ ସମେତ ବିଦ୍ୟାଳୟର ଶିକ୍ଷକ, ଶିକ୍ଷୟିତ୍ରୀ ଓ ସ୍କୁଲ ପରିଚାଳନା କମିଟି ସଦସ୍ୟ ମାନେ ଉପସ୍ଥିତି ରହିଥିଲେ।