ଧବଳେଶ୍ଵର କ୍ରୀଡା ଓ ସାଂସ୍କୃତିକ ଅନୁଷ୍ଠାନ ପକ୍ଷରୁ ୨୧ ତମ ରାଜ୍ୟ ସ୍ତରୀୟ ବାର୍ଷିକ କ୍ରିଡା ଉତ୍ସବ ଉଦଘାଟିତ

ମ, ରାମପୁର/କ୍ରାନ୍ତିକ୍ଷେତ୍ର (ଉଦ୍ଧବ ପଣ୍ଡା ) : କଳାହାଣ୍ଡି ଜିଲ୍ଲା ମ ରାମପୁର ବ୍ଲକ ମୋହନଗିରି ଧବଳେଶ୍ଵର କ୍ରୀଡା ଓ ସାଂସ୍କୃତିକ ଅନୁଷ୍ଠାନ ପକ୍ଷରୁ ପ୍ରତି ବର୍ଷ ଭଲି ଚଳିତ ବର୍ଷ ମଧ୍ୟ ୨୧ ତମ ରାଜ୍ୟ ସ୍ତରୀୟ ବାର୍ଷିକ କ୍ରୀଡା ଧବଳେଶ୍ଵର ମନ୍ଦିରରେ ପୂଜା ପାଠ ପୂର୍ବକ ମଶାଲ ଶୋଭାଯାତ୍ରା ବାହାରି ଖେଳ ପଡିଆ କୁ ପହଞ୍ଚି ଥିଲେ। ମୁଖ୍ୟ ଅତିଥି ଭାବେ ମୋହନଗିରି ବିଜେପି ମଣ୍ଡଳ ସଭାପତି ଖ୍ରୀଷ୍ଟ ଦତ୍ତ ରାଉତ , ସମ୍ମାନିତ ଅତିଥି ଭାବେ ସରପଞ୍ଚ ସୁରେନ୍ଦ୍ର ଧରୁଆ, ସମିତି ସଭ୍ୟ ଗୋକୁଳାନନ୍ଦ ବିଶ୍ବାଳ, ଅନୁଷ୍ଠାନ ର ସଭାପତି ସୂର୍ଯ୍ୟ ନାରାୟଣ ସାହୁ, ସମ୍ପାଦକ  ଦିବାକର ସାହୁ, ଉପ ସଭାପତି ସୁଦାମ ସେଠ୍, ଆୟୋଜକ ସମ୍ପାଦକ ଚନ୍ଦ୍ରଭାନୁ ବେହେରାଙ୍କ ନେତୃତ୍ୱ ରେ ଖେଳ ଟି ସମ୍ପାଦନ ହୋଇଥିଲା। ବରଗଡ଼ ବରପାଲି ପ୍ରଥମେ ଟସ୍ ଜିଣି ବୋଲିଙ୍ଗ ର ନିଷ୍ପତି ନେଇଥିଲା। ନୟାଗଡ ଓଡୋଗାଁ ପ୍ରଥମେ ବ୍ୟାଟିଂ କରି ୧୫ ଓଭର ରେ ୧୦୮ ରନ୍ ସଂଗ୍ରହ କରି ଅଲ୍ ଆଉଟ୍ ହେଇଥିଲେ। ବରପାଲି ୧୦୮ ରନ୍ କୁ ଚେଜ କରି ୫ ୱିକେଟ୍ ରେ ମ୍ୟାଚ୍ ବିଜୟ ହାସଲ କରିଥିଲା। ବରପାଲି ର ବୋଲର ପ୍ରୀୟଂଶୁ ୩ ଓଭର ରେ ୨୮ ର ଦେଇ ୫ ୱିକେଟ୍ ଅକ୍ତିଆର କରି ମ୍ୟାନ ଅଫ୍ ଦି ମ୍ୟାଚ୍ ଘୋଷିତ ହେଇଥିଲେ। ଶଶିକାନ୍ତ ମାଝୀ ଧାରା ବିବରଣୀ ପ୍ରଦାନ କରିଥିବା ବେଳେ ଟୁକୁ ମହାନନ୍ଦ ସ୍କୋରର ଦାୟିତ୍ଵ ନିଭାଇଥିଲେ। ଜୁବିନ ଲହଜଳ ଓ ଧୀରେନ୍ଦ୍ର ବିଶ୍ୱାଳ ଖେଳ ପରିଚାଳନା କରିଥିଲେ।