କୋକସରା/କ୍ରାନ୍ତିକ୍ଷେତ୍ର : କୋକସରା ବ୍ଲକ ବଡ଼ପୋଡ଼ାଗୁଡ଼ା ସ୍ଥିତ ୟୂଜିଏମଇ ସ୍କୁଲ ନିକଟରେ ଦୀର୍ଘ ବର୍ଷ ହେବ ଏକ ବିଦ୍ୟୁତ ଖୁଣ୍ଟ ବଙ୍କେଇ ଯାଇ ତଳକୁ ଖସି ପଡ଼ିବା ଅବସ୍ଥାରେ ରହିଛି। ଯାହା ଫଳରେ ପ୍ରତି ମୂହୁର୍ତ୍ତରେ ବିପଦର ଆଶଙ୍କା ରହିଛି। ସ୍କୁଲ ଛାତ୍ର ଛାତ୍ରୀ ତଥା ସ୍ଥାନୀୟ ଲୋକେ ଏହି ରାସ୍ତା ଦେଇ ଯିବା ଆସିବା ସମୟରେ ସତର୍କତାର ସହିତ ଯିବା ଆସିବା କରିଥାନ୍ତି। ଉକ୍ତ ବିଦ୍ୟୁତ ଖୁଣ୍ଟଟି ଯେ’ କୌଣସି ମୁହୂର୍ତ୍ତରେ ତଳକୁ ପଡ଼ିଯାଇପରେ। ପୁଣି ଏହାକୁ ଲାଗି ପଞ୍ଚାୟତ କାର୍ଯ୍ୟାଳୟ, ଡାକଘର, ଅଙ୍ଗନୱାଡ଼ି କେନ୍ଦ୍ର ରହିଛି। ତେବେ ବିଦ୍ୟୁତ ବିଭାଗ ପକ୍ଷରୁ କୌଣସି ପ୍ରକାର ଆବଶ୍ୟକ ପଦକ୍ଷେପ ଗ୍ରହଣ କରୁ ନଥିବା ଅଭିଯୋଗ ହେଉଛି। ସ୍ଥାନୀୟ ଲୋକେ ଏ ସଂକ୍ରାନ୍ତରେ ବିଦ୍ୟୁତ ବିଭାଗକୁ ବାରମ୍ବାର ଅଭିଯୋଗ କଲେ ସୁଦ୍ଧା କୌଣସି ପ୍ରକାର ପଦକ୍ଷେପ ଗ୍ରହଣ କରୁ ନଥିବା ଅଭିଯୋଗ ହେଉଛି। ଅନ୍ୟପକ୍ଷେ ପାଖରେ ଥିବା ଆମ୍ବେଦକର ପଡ଼ାର ଲିଙ୍ଗରାଜ ବାଗଙ୍କ ଘର ବାଡ଼ିରେ ବହୁ ଦିନରୁ ଏକ ଟ୍ରାନ୍ସଫର୍ମର ଲଗା ଯାଇଛି। ପରିବାର ଲୋକେ ବିଦ୍ୟୁତ ବିଭାଗକୁ ଟ୍ରାନ୍ସଫର୍ମର ସ୍ଥାନାନ୍ତରିତ କରିବା ପାଇଁ ବାରମ୍ବାର ନିବେଦନ କରିଛନ୍ତି। ତେବେ ବିଭାଗ ଏଦିଗରେ କର୍ଣ୍ଣପାତ କରୁନଥିବା ଅଭିଯୋଗ ହେଉଛି। ବିଭାଗୀୟ ଅଧିକାରୀ ମାନେ ତୁରନ୍ତ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବାକୁ ସ୍ଥାନୀୟ ଲୋକେ ଦାବି କରିଛନ୍ତି।
