ଜୟପାଟଣା/କ୍ରାନ୍ତିକ୍ଷେତ୍ର : କଳାହାଣ୍ଡି ଜିଲ୍ଲା ଜୟପାଟଣା ତହସିଲ ଅନ୍ତର୍ଗତ ଧନସୁଲି ଗ୍ରାମପଞ୍ଚାୟତ ସାସ୍ତୁଗୁଡା ଗାଁର ଦୁଇଟି ହାମଲେଟ ପଡା ବାଙ୍ଗଟିସାଦ ଓ ଭାଟିପାସରେ ଆଦିବାସୀ ପରିବାର ଦୀର୍ଘ ବର୍ଷ ରୁ ବସବାସ କରୁଥିବା ବେଳେ ସରକାରୀ ସର୍ଭେ ହୋଇନଥିଲା।ବାରମ୍ବାର ସେମାନେ ଜମି ପଟ୍ଟା ଅନ୍ୟାନ୍ୟ ଆନୁଷଙ୍ଗିକ ସୁବିଧା ପାଇଁ ଦାବି କରି ଆସୁଥିଲେ।ଆଦିବାସୀଙ୍କ ବର୍ଷ ବର୍ଷର ଦାବି କ୍ରମେ ଜୟପାଟଣା ତହସିଲଦାର ଙ୍କ ନିର୍ଦ୍ଦେଶ କ୍ରମେ ଏକ ଏନଜିଓ, ଆରଆଇ ଓ ଜଙ୍ଗଲ ବିଭାଗ କୁ ନେଇ ଏକ ମିଳିତ ସର୍ଭେ କରି ବସବାସ କରୁଥିବା ଆଦିବାସୀ ମାନଙ୍କୁ ଜଙ୍ଗଲ ଜମି ଯୋଗାଇ ଦେବା ସହ ବାଙ୍ଗଟିସାଦ କୁ ନୂତନ ଗାଁ ମାନ୍ୟତା ଦେବା ସହ ଭାଟିପାସ କୁ ସାସ୍ତୁଗୁଡା ଗାଁରେ ମିଶ୍ରଣ ପାଇଁ ସର୍ଭେ କାର୍ଯ୍ୟ ଆରମ୍ଭ କରିଛନ୍ତି।ତେବେ ଯଥାଶୀଘ୍ର ଏହି ସର୍ଭେ ସାରି ଆଦିବାସୀ ମାନଙ୍କୁ ଜମିପଟ୍ଟା ଦେବା ସହ ଅଞ୍ଚଳରେ ମୌଳିକ ସୁବିଧା ଯୋଗାଇ ଦେବାକୁ ଦାବି ହୋଇଛି।ଅନ୍ୟପଟେ ଏହି କାମ ପାଇଁ ଅର୍ଥ ଆଦାୟ କୁ ଖଣ୍ଡନ କରିଛନ୍ତି ଗାଁ ଲୋକେ ଓ ସ୍ଥାନୀୟ ସରପଞ୍ଚ।ସର୍ଭେ ସମୟରେ ନିଜ ନିଜ ଭିତରେ ଖାଦ୍ୟପେୟ ବ୍ୟବସ୍ଥା ପାଇଁ କିଛି ଅର୍ଥ ସ୍ୱଇଛା ଲୋକେ ଦେଇଥିଲେ କିନ୍ତୁ କାହାକୁ ଦେବାପାଇଁ କିଛି ଟଙ୍କା ଆଦାୟ ହୋଇନାହିଁ ବୋଲି ଗାଁର ଭଦ୍ରବ୍ୟକ୍ତି ମାନେ ମତ ଦେଇଛନ୍ତି।
