ଅଚ୍ୟୁତାନନ୍ଦ ଉଚ୍ଚ ବିଦ୍ୟାଳୟ ଧନପୁର ଏବଂ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ମିନଗୁର ପକ୍ଷୁରୁ ବାର୍ଷିକ ଉତ୍ସବ

କଲମପୁର/କ୍ରାନ୍ତିକ୍ଷେତ୍ର (ଗଣେଶରାମ ବାଗ) : କଳାହାଣ୍ଡି ଜିଲ୍ଲା କଲମପୁର ବ୍ଲକ ଅନ୍ତର୍ଗତ ଅଚ୍ୟୁତାନନ୍ଦ ଉଚ୍ଚ ବିଦ୍ୟାଳୟ ଧନପୁର ଏବଂ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ମୀନଗୁର ପକ୍ଷରୁ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ବାର୍ଷିକ ଉତ୍ସବର ପ୍ରଥମ ପର୍ଯ୍ୟାୟ କାର୍ଯ୍ୟକ୍ରମରେ ବିଦ୍ୟାଳୟର ସଭାପତି ତଥା ବାର୍ଷିକ ଉତ୍ସବର ସଭାପତି ପ୍ରିୟରଞ୍ଜନ ମାଝୀଙ୍କ ସଭାପତିତ୍ୱ କାର୍ଯ୍ୟକ୍ରମରେ କଲମପୁର ଗୋଷ୍ଠି ଶିକ୍ଷା ଅଧିକାରୀ ମଧୁସ୍ମିତା ନାଏକ ମୁଖ୍ୟ ଅତିଥି, ଜିଲ୍ଲା ପରିଷଦ ସଭ୍ୟା ଦୁହିତା ମାଝୀ, ନିବେଦିତା ହଂସ, ବିଦ୍ୟାଳୟର ପ୍ରଧାନ ଶିକ୍ଷକ ପ୍ରଭାକର ଲହଜଲ, ମୀନଗୁର ସରକାରୀ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଜିତେନ୍ଦ୍ର ପ୍ରସାଦ ନାଏକ ପ୍ରମୁଖ ସମ୍ମାନୀତ ଅତିଥି ଭାବେ ମଞ୍ଚାସିନ ହୋଇଥିଲେ। ପ୍ରଥମ ପର୍ଯ୍ୟାୟ କାର୍ଯ୍ୟକ୍ରମରେ ସଂସ୍କୃତ ଶିକ୍ଷକ ବ୍ରଜ କିଶୋର ମିଶ୍ର ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ବିଜ୍ଞାନ ଶିକ୍ଷକ ସୂର୍ଯ୍ୟ ନାରାୟଣ ଖାଣ୍ଡାଙ୍ଗା ସ୍ଵାଗତ ଭାଷଣ ଦେଇଥିଲେ। ଶିକ୍ଷକ ଅନିଲ କୁମାର ମାଝୀ ମଞ୍ଚ ପରିଚାଳନା କରିଥିବାବେଳେ ଅଶୋକ କୁମାର ଦୋରା ଧନ୍ୟବାଦ ଅର୍ପଣ କରିଥିଲେ। ସେହିପରି ବାର୍ଷିକ ଉତ୍ସବର ଦ୍ଵିତୀୟ ପର୍ଯ୍ୟାୟ କାର୍ଯ୍ୟକ୍ରମରେ ସଭାପତି ପ୍ରିୟରଞ୍ଜନ ମାଝୀଙ୍କ ସଭାପତିତ୍ୟ କାର୍ଯ୍ୟକ୍ରମରେ ପଣ୍ଡିଗାଁ ପଞ୍ଚାୟତ ସରପଞ୍ଚ କବିତା ଜୈନ ମୁଖ୍ୟ ଅତିଥି, ଅଧ୍ୟାପକ ପରମେଶ୍ବର ମୁଣ୍ଡ ମୁଖ୍ୟ ବକ୍ତା , ସମ୍ମାନୀୟ ଅତିଥି ଭାବରେ ମୀନଗୁର ପଞ୍ଚାୟତ ସରପଞ୍ଚ ନିହାରିକା ବେହେରା, ପ୍ରଧାନ ଶିକ୍ଷକ ପ୍ରଭାକର ଲହଜଲ, ଜୀତେନ୍ଦ୍ର ପ୍ରସାଦ ନାଏକ ମଞ୍ଚାସିନ ଥିଲେ। କାର୍ଯ୍ୟକ୍ରମରେ ପ୍ରଧାନ ଶିକ୍ଷକ ଶ୍ରୀଲହଜଲ ସ୍ଵାଗତ ଭାଷଣ ଦେଇଥିବା ବେଳେ ବ୍ରଜକିଶୋର ମିଶ୍ର ଅତିଥି ପରିଚୟ ପ୍ରଦାନ କରିଥିଲେ । ବାର୍ଷିକ କ୍ରିଡା ପ୍ରତିଯୋଗିତାରେ ଭାଗ ନେଇ ପୁରସ୍କୃତ ହୋଇଥିବା ଛାତ୍ରଛାତ୍ରୀ ମାନଙ୍କୁ ଅତିଥି ମାନଙ୍କ ଦ୍ବାରା ମାନପତ୍ର ସହ ପୁରସ୍କାର ପ୍ରଦାନ କରାଯାଇଥିଲା। ବିଦ୍ୟାଳୟରେ ଶିକ୍ଷା ଦାନ କରୁଥିବା ସମସ୍ତ ଶିକ୍ଷକ ଉତ୍ସବରେ ସହଯୋଗ କରିଥିବା ବେଲେ ବିଜ୍ଞାନ ଶିକ୍ଷକ ସୂର୍ଯ୍ୟ ନାରାୟଣ ଖେଣ୍ଡେଙ୍ଗା ଧନ୍ୟବାଦ ଅର୍ପଣ କରିଥିଲେ।