ମ,ରାମପୁର/କ୍ରାନ୍ତିକ୍ଷେତ୍ର (ଉଦ୍ଧବ ପଣ୍ଡା) : ସାଧାରଣ ତନ୍ତ୍ର ଦିବସରେ ଲୋକ ଭବନରେ ହେବାକୁ ଥିବା ଆଟ୍ ହୋମ୍ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଯୁବ ଶିଳ୍ପପତି ନିମନ୍ତ୍ରିତ ହୋଇଛନ୍ତି । କଳାହାଣ୍ଡି ଜିଲ୍ଲା ମ,ରାମପୁର ବ୍ଲକ୍ ରେ ଥିବା ହରି ପ୍ରିୟା ରିଫ୍ରାକ୍ଟରିଜ୍ ର ପରିଚାଳନା ନିର୍ଦ୍ଦେଶକ ବିଭୁ ପ୍ରସାଦ ସାହୁଙ୍କୁ ଲୋକ ଭବନ ରୁ ଏହି ନିମନ୍ତ୍ରଣ ଆସିଛି। ଶ୍ରୀସାହୁ ଧାନ ମିଲ ରୁ ନିର୍ଗତ ବର୍ଜ୍ୟ ବସ୍ତୁ କୁ ଏକ ଉତ୍ପାଦ ଭାବେ ତିଆରି କରି ବିଦେଶକୁ ରପ୍ତାନୀ କରିବାରେ ସଫଳ ହୋଇ ପାରିଛନ୍ତି। ତାଙ୍କରି ଏହି ଉଦ୍ୟମକୁ ନେଇ ଦେଶ ବିଦେଶରେ ସେ ଚର୍ଚ୍ଚିତ ରହି ଆସିଛନ୍ତି। ଲୋକ ଭବନ ର ନିମନ୍ତ୍ରଣ ପାଇ ସେ ରାଜ୍ୟପାଳଙ୍କୁ କୃତଜ୍ଞତା ଜଣାଇଥିବାବେଳେ ତାଙ୍କୁ ଏହି ସ୍ୱତନ୍ତ୍ର ନିମନ୍ତ୍ରଣ ପାଇଁ ବିଭିନ୍ନ ମହଲ ରୁ ଶୁଭେଚ୍ଛାର ସୁଅ ଛୁଟିଛି।
