କୋକସରା/କ୍ରାନ୍ତିକ୍ଷେତ୍ର : ୨୬ ନମ୍ବର ଜାତୀୟ ରାଜପଥର କୋକସରା ବ୍ଲକ ଡଙ୍ଗରୀଗୁଡା ଢାବା ନିକଟ ବୁଲାଣିରେ ଦୁର୍ଘଟଣା। ଟ୍ରକ୍ କୁ ପିଟି ହୋଇ ଜଣେ ବାଇକ୍ ଆରୋହୀଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି। ମୃତକ ମାଝୀଗୁଡା ଗ୍ରାମର ବସନ୍ତ ଘି ବୋଲି ସୂଚନା ମିଳିଛି। ଏହି ଭୟଙ୍କର ଦୁର୍ଘଟଣାରେ ଯୁବକ ଜଣକ ଘଟଣା ସ୍ଥଳରେ ମୃତ୍ୟ ହୋଇଥିବାବେଳେ କୋକସରା ଥାନା ପୁଲିସ ଶବ ଜବତ୍ କରି ଆମ୍ବୁଲାନ୍ସ ଯୋଗେ କୋକସରା ମେଡିକାଲ ପଠାଇ ଦେଇଛି। ସନ୍ଧ୍ୟା ହେବା କାରଣରୁ ଶବ ବ୍ୟବଚ୍ଛେଦ ହୋଇ ପାରି ନ ଥିବାରୁ ମେଡିକାଲର ଶବ ବ୍ୟବଛେଦ ଗୃହରେ ଶବକୁ ରଖିଥିବା ସୂଚନା ରହିଛି। ଅନ୍ୟପଟେ ଉକ୍ତ ଟ୍ରକ କୁ ମଧ୍ୟ ପୋଲିସ ଜବତ କରି କୋକସରା ଥାନା କୁ ଆଣି ଅଧିକ ତଦନ୍ତ ଜାରି ରହିଥିବା ଥାନା ପକ୍ଷରୁ ସୂଚନା ଦିଆଯାଇଛି।
