ବିଜେପି ପକ୍ଷରୁ ଭିବି -ଜିରାମ -ଜୀ ଯୋଜନାର ଜିଲ୍ଲା ସ୍ତରୀୟ ଜନଜାଗରଣ କର୍ମଶାଳା

ଭବାନୀପାଟଣା/କ୍ରାନ୍ତିକ୍ଷେତ୍ର : ଭାରତୀୟ ଜନତା ପାର୍ଟି କଳାହାଣ୍ଡି ଜିଲ୍ଲା ତରଫରୁ ଭବାନୀପାଟଣା ସ୍ଥିତ କଲ୍ୟାଣ ମଣ୍ଡପ ଠାରେ ଭିବି -ଜିରାମ -ଜୀ ଯୋଜନାର ଜିଲ୍ଲା ସ୍ତରୀୟ ଜନଜାଗରଣ କର୍ମଶାଳା ଅନୁଷ୍ଠିତ ହୋଇଛି। ଜିଲ୍ଲା ସଭାପତି  ଯୁଗଳ କିଶୋର ପୋଡ଼ଙ୍କ ଅଧ୍ୟକ୍ଷତାରେ ଆୟୋଜିତ କର୍ମଶାଳାରେ, ଧର୍ମଗଡ଼ ବିଧାୟକ ସୁଧୀର ପାଟଯୋଶୀ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ରମେଶ ମାଝୀ, ଅନିରୁଦ୍ଧ ପ୍ରଧାନ,  ନମିତା ରାଣୀ ସାହୁ, ଭିବି -ଜିରାମ-ଜୀ ର ଜିଲ୍ଲା ସଂଯୋଜକ ତଥା ଜିଲ୍ଲା ସାଧାରଣ ସମ୍ପାଦକ ଲୋକନାଥ ଦୁର୍ଗା ସ୍ୱାଗତ ଭାଷଣ ଓ ବିଷୟବସ୍ତୁ ଉପରେ ଅଭିଭାଷଣ ରଖିଥିଲେ। ଭିବି-ଜୀ ରାମ -ଜୀ ର ଜିଲ୍ଲା ସହ ସଂଯୋଜକ ତ୍ରିନାଥ ଶବର, ଘନଶ୍ୟାମ ଗହୀର, ଚନ୍ଦନ ସେନାପତି, ପ୍ରମୁଖ ଉଦବୋଧନ ଦେଇ ଜନଜାଗରଣ କରାଇଥିଲେ। କାର୍ଯ୍ୟକ୍ରମରେ ଜିଲ୍ଲା ସଭାପତି ମୁକେଶ ଅଗ୍ରୱାଲ, ସନ୍ତୋଷୀ ଦାସ, ନିରୁପମା ସାମଲ, ପଦ୍ମଲୋଚନ ମିଶ୍ର, ସମ୍ପାଦକ ମମତା ପଣ୍ଡା, ସନ୍ତୋଷ ବିସୀ, ବିଭୀଷଣ ସାହୁ, ସୁକାନ୍ତି ସା, ହେମନ୍ତ ମାଝୀ, ଯୁବମୋର୍ଚ୍ଚା ଜିଲ୍ଲା ସଭାପତି ବିଜୟଦେବ ସାହୁ, ଅନୁସୂଚିତ ଜାତି ମୋର୍ଚ୍ଚା ସଭାପତି ଗଣେଶ କୁମାର, ଅନୁସୂଚିତ ଜନଜାତି ମୋର୍ଚ୍ଚା ସଭାପତି ସାଗର ମାଝୀ, ସମସ୍ତ ମଣ୍ଡଳ ସଭାପତି, ପ୍ରଭାରୀ, ସମସ୍ତ ମଣ୍ଡଳ ଟୋଲୀ, ସମସ୍ତ ସରପଞ୍ଚ, ସମିତି, ବ୍ଲକ ଅଧକ୍ଷ ପ୍ରମୁଖ ଉପସ୍ଥିତ ଥିଲେ। ଏହି ଅବସରରେ ଜିଲ୍ଲା ସଭାପତି ଯୁଗଳ କିଶୋର ପୋଡ଼ ଓ ମୁଖ୍ୟ ଅତିଥି ଧର୍ମଗଡ଼ ବିଧାୟକ ସୁଧୀର ପାଟ୍ଟଯୋଶୀ ମନରେଗାରେ ହୋଈ ଆସୁଥିବା ଦୁର୍ନୀତି କୁ ରୋକିବାରେ କେନ୍ଦ୍ର ସରକାରଙ୍କ ପ୍ରୟାସ କୁ ପ୍ରଶଂସା କରିବା ସହିତ ବିଭୀ -ଜିରାମ -ଜୀ ଯୋଜନା କୁ ପ୍ରତ୍ୟେକ ପଞ୍ଚାୟତରେ ଜନଜାଗରଣ କରି ପ୍ରଚାର ସକାଶେ ଆହ୍ୱାନ ଦେଇଥିଲେ। କୃଷକ ଓ ଶ୍ରମିକ ମାନଙ୍କ କଲ୍ୟାଣ ପାଇଁ ଏହି ଆଇନରେ ପରିବର୍ତନ ହୋଇଛି ବୋଲି ବକ୍ତା ମାନେ ଅବଗତ କରାଇଥିଲେ, ଆଗାମୀ ଦିନରେ ଜନଜାଗରଣ ସୃଷ୍ଟି ପାଇଁ ଏହାକୁ ବ୍ୟପକ ଭାବେ ପ୍ରଚାର କରିବା ସହ ଗାଁ ଗାଁ ବୁଲି ଶ୍ରମିକ, କୃଷକ, ଜନସାଧାରଣଙ୍କ ପାଖରେ ପହଂଚାଇବା ପାଇଁ ସମସ୍ତ ନେତୃତ୍ୱ ଅଭିଭାଷଣ ରେ ପ୍ରକାଶ କରିଥିଲେ। କାର୍ଯ୍ୟକ୍ରମରେ ଅନ୍ୟତମ ସାଧାରଣ ସମ୍ପାଦକ ସତ୍ୟ ବେହେରା ମଞ୍ଚ ପରିଚାଳନା କରିଥିଲେ ଓ ଅନ୍ୟତମ ଜିଲ୍ଲା ସାଧାରଣ ସମ୍ପାଦକ ହିମାଂଶୁ ପଣ୍ଡା ଧନ୍ୟବାଦ ଭାଷଣ ଦେଇଥିଲେ।