ବାଲିଗୁଡ଼ା/କେସିଙ୍ଗା/କ୍ରାନ୍ତିକ୍ଷେତ୍ର (ସାମୁଏଲ ପ୍ରଧାନ/ମଧୁସୂଦନ ଠାକୁର) : କନ୍ଧମାଳ ଜିଲ୍ଲା ତୁମୁଡିବନ୍ଧ ବ୍ଲକ ବେଲଘର ବନାଞ୍ଚଳରେ ହାତୀକୁ ଖଣ୍ଡ ଖଣ୍ଡ କରି ପ୍ରମାଣ ନଷ୍ଟ କରିବା ଘଟଣାରେ ବନାଞ୍ଚଳ ଅଧିକାରୀ ବିନୟ କୁମାର ବିଶି ନିଲମ୍ବିତ ହୋଇଥିବା ବେଳେ ଆଜି କଳାହାଣ୍ଡି ଜିଲ୍ଲା କେସିଙ୍ଗା ତହସିଲରେ ଥିବା ରେଞ୍ଜରଙ୍କ ଘର ବାରି ପଟେ ଥିବା ଡ୍ୟାମ ନିକଟରେ ୭ ଫୁଟ ମାଟି ତଲୁ ହାତୀ ଟିର ଖଣ୍ଡ ବିଖଣ୍ଡିତ ଶବ ଉଦ୍ଧାର କରାଯାଇଛି। ଦୀର୍ଘ ୪୮ ଘଣ୍ଟାର ଉଦ୍ୟମ ପରେ ଭୁବନେଶ୍ୱର ସ୍ୱତନ୍ତ୍ର ଜଏଣ୍ଟ ଟାସ୍କ ଫୋର୍ସ ଏବଂ ବାଲିଗୁଡ଼ା ଡ଼ିଏଫଓ ଘନଶ୍ବାମ ମହନ୍ତ ପହଂଚି ମୃତ୍ ହାତୀ ର ଶବକୁ ଜବତ କରି ବ୍ୟବଅଛେଦ କରାଯାଉଛନ୍ତି। ସୂଚନା ଯଜ’ ଗତ ଜାନୁଆରୀ ୫ ତାରିଖରେ ବେଲଘର ରେଞ୍ଜର ଝିରିପାଣି ସେକ୍ସନ ଅନ୍ତର୍ଗତ ମୁଣ୍ଡୁଟି ଜଙ୍ଗଲରେ ଏକ ହାତୀକୁ ହତ୍ୟା କରାଯାଇଥିଲା। ହାତୀର ମୃତଦେହକୁ ସେଠାରେ ଖଣ୍ଡ ଖଣ୍ଡ କରି ଅଖାରେ ଭରି ୧୨ରୁ ୧୪ କିଲୋମିଟର ଦୂର ବେଲଘର ଅଞ୍ଚଳର କଡ଼ାପାନା ନର୍ସରୀରେ ପୋତା ଯାଇଥିଲା। ସେଠାରୁ ରେଞ୍ଜର ବିନୟ କୁମାର ବିଶି ମୃତ୍ ହାତୀର ଶବକୁ ବାହାର କରି ନିଜ ଘର ବାରି ପଟେ ପୋତି ଦେଇଥିଲେ। ଦୀର୍ଘ ୧୬ ଦିନ ପରେ ହାତୀ ଶବ ଉଦ୍ଧାର ହୋଇଛି। ବର୍ତ୍ତମାନ ନିଲମ୍ବିତ ରେଞ୍ଜର ଫେରାର ହୋଇଥିବା ଜଣାପଡ଼ିଛି।

