କୋକସରା/କ୍ରାନ୍ତିକ୍ଷେତ୍ର : କୋକସରା ଅବକାରୀ ଥାନା ପକ୍ଷରୁ ଡାଳଗୁମା ପଞ୍ଚାୟତ ଲଟାପଡା କେନାଲ ରାସ୍ତାରେ ବାଇକ୍ ସହିତ ୩୦ ଲିଟର ଦେଶୀ ମଦ ଜବତ କରାଯାଇଛି। ଏବଂ ୨ ଜଣ କୁ ଗିରଫ କରାଯାଇଛି। ଗିରଫ ଅଭିଯୁକ୍ତ ମାନେ ହେଲେ ଜୟପାଟଣା ଥାନା ଅନ୍ତର୍ଗତ ପିପଲପଡା ଗ୍ରାମର ଗଣପତି ଦିଶାରୀ (୩୦) ଓ କ୍ଷୀରସିନ୍ଧୁ ମାଝୀ (୩୪)। ସେମାନଙ୍କୁ ପଚରା ଉଚୁରା ସହ ତଦନ୍ତ ପରେ ପରେ ୨ ଜଣଙ୍କୁ କୋର୍ଟ ଚାଲାଣ କରାଯାଇଥିବା ଅବକାରୀ ଥାନା ପକ୍ଷରୁ ସୂଚନା ଦିଆଯାଇଛି। ଚଢ଼ାଉ ସମୟରେ ଅବକାରୀ ଓଆଇସି ଗୁପ୍ତେଶ୍ୱର ପଟେଲ, କନେଷ୍ଟବଳ ମହାଦେବ ମାଝୀ, ଖୁସିଦେବ କଟାପ୍ରମୁଖ ସାମିଲ ଥିଲେ।
