କୋକସରା/କ୍ରାନ୍ତିକ୍ଷେତ୍ର : ୨୦୦୯ ମସିହାରେ କୋକସରା ବିଧାନସଭା ନିର୍ବାଚନ ମଣ୍ଡଳୀକୁ ଉଛେଦ କରି ଧର୍ମଗଡ଼ ବିଧାନସଭା ନିର୍ବାଚନ ମଣ୍ଡଳୀରେ ବିଳିନ କରି ଦିଆଗଲା। ନିକଟ ଭବିଷ୍ୟତରେ ପୁନର୍ବାର ନିର୍ବାଚନ ମଣ୍ଡଳୀ ପୁନଃ ଗଠନ ଏବଂ ସଂପ୍ରସାରଣ ହେବା ସମ୍ଭାବନା ସୃଷ୍ଟି ହୋଇଥିବାରୁ ପୁଣି କୋକସରା ନିର୍ବାଚନ ମଣ୍ଡଳୀ ପୁନଃ ଗଠନ ଦାବୀ ତେଜିବାରେ ଲାଗିଛି। ଏନେଇ କୋକସରା ବ୍ଲକ ସଦର ମହକୁମା ଶିବ ମନ୍ଦିର ପ୍ରାଙ୍ଗଣରେ ବ୍ଳକ ଉପାଧ୍ୟକ୍ଷ ରାଜୀବ କୁମାର ଅଗ୍ରୱାଲଙ୍କ ସଭାପତିତ୍ବରେ କୋକସରା ବିଧାନସଭା ନିର୍ବାଚନ ମଣ୍ଡଳୀ ପୁନଃ ଗଠନ ଦାବି ନେଇ ଏକ ପ୍ରସ୍ତୁତ ବୈଠକ ଅନୁଷ୍ଠିତ ହୋଇଛି। ବୈଠକରେ ଅଞ୍ଚଳର ଅନେକ ବୁଦ୍ଧିଜୀବୀ ମାନେ ଯୋଗଦେଇ ନିଜ ନିଜର ମତାମତ ରଖିବା ସହିତ ସର୍ବ ପୂରାତନ ଥିବା କୋକସରା ବିଧାନସଭା ନିର୍ବାଚନ ମଣ୍ଡଳୀ ଉଛେଦ କୁ କ୍ଷେଭ ପ୍ରକାଶ କରିଥିଲେ। ଏବଂ ବର୍ତ୍ତମାନ ନିକଟ ଭବିଷ୍ୟତରେ ପୁନର୍ବାର ନିର୍ବାଚନ ମଣ୍ଡଳୀ ପୁନଃ ଗଠନ ଏବଂ ସଂପ୍ରସାରଣ ହେବା ସମ୍ଭାବନା ସୃଷ୍ଟି ହୋଇଥିବାରୁ କିପରି ପୁନର୍ବାର କୋକସରା ବିଧାନସଭା ନିର୍ବାଚନ ମଣ୍ଡଳୀ ପ୍ରତିଷ୍ଠା ହୋଇ ପାରିବ ସେ ଦିଗରେ ବ୍ୟାପକ ଆଲୋଚନା ହୋଇଥିଲା। ଏବଂ ପ୍ରସ୍ତାବିତ ଏହି ଆନ୍ଦୋଳନକୁ ଆଗକୁ ନେବାପାଇଁ ଆସନ୍ତା ସଭାରେ କ୍ରିୟାନୁଷ୍ଠାନ କମିଟି ଗଠନ କରାଯିବା ପାଇଁ ପ୍ରସ୍ତାବ ଗୃହୀତ ହୋଇଛି। ଏହି କମିଟିର ନେତୃତ୍ବ ନେବାପାଇଁ ବ୍ଳକ ଉପାଧ୍ୟକ୍ଷ ରାଜୀବ କୁମାର ଅଗ୍ରୱାଲଙ୍କୁ ସଭାପତି ଭାବେ ଓ କୋକସରା ସରପଞ୍ଚ କିଶୋର ଚନ୍ଦ୍ର ପ୍ରଧାନୀଙ୍କୁ ଉପ ସଭାପତି ଭାବରେ ସ୍ଥିରୀକୃତ କରାଯାଇଛି। ବୈଠକରେ ପୂର୍ବତନ ବିଧାୟକ ମୌଷଧି ବାଗ, ପୁରୁଷୋତମ ଦାଶ ଗୁପ୍ତା, ଧବଳେଶ୍ୱର ନାଗ, ବିଶ୍ଵମ୍ବର ଶବର, ମୀନକେତନ ପ୍ରଧାନୀ, ହରେକୃଷ୍ଣ ନାଏକ, କେଶବ ଚନ୍ଦ୍ର ନାଏକ, ପଞ୍ଚକ ପୋଡ, ରାମଚନ୍ଦ୍ର ପାଣିଗ୍ରାହୀ, ଶ୍ରୀନିବାସ ପ୍ରଧାନୀ, ମହେନ୍ଦ୍ର ନେଗୀ, ଜେତେନ୍ଦ୍ର ପ୍ରଧାନୀ, ତ୍ରିଭୁବନ ନାଏକ, ନବୀନ ନାଏକ, ଧର୍ମାନନ୍ଦ ପଟ୍ଟନାୟକ, ଅନିଲ ପ୍ରଧାନୀ, ତ୍ରିମୋହନ ନାଏକ, ସନତ କୁମାର ପ୍ରଧାନୀ, ରବିନାରାୟଣ ଦାଶ, ସଂଞ୍ଜୟ ସିଙ୍ଗଲ, ବିଶ୍ଵନାଥ ପଟ୍ଟନାୟକ ପ୍ରମୁଖ ସମେତ ଅନେକ ବୁଦ୍ଧିଜୀବୀ ଉପସ୍ଥିତ ରହି ଆଲୋଚନାରେ ଭାଗ ନେଇଥିଲେ।
