କଲମପୁର/କ୍ରାନ୍ତିକ୍ଷେତ୍ର : କଲମପୁର ବ୍ଲକ ଦୁଲକିବନ୍ଦ ବାଳିକା ଉଚ୍ଚ ବିଦ୍ୟାଳୟର ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଛି। ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ରେଖା ସମାସୀଙ୍କ ସଭାପତିତ୍ବରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ସ୍ୱତନ୍ତ୍ର ଅତିଥି ଭାବେ ବିଡ଼ିଓ ବିଜୟ କୁମାର ମାଡାଙ୍ଗି ଯୋଗଦେଇ ଥିଲେ। ମୁଖ୍ୟ ବକ୍ତା ଭାବେ ଖଲିଆ ଭଟ୍ଟା ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ପ୍ରଶାନ୍ତ କୁମାର ପଣ୍ଡା, ସମ୍ମାନିତ ଅତିଥି ଜିଲ୍ଲା ପରିଷଦ ସଭ୍ୟା ଦୁହିତା ମାଝୀ, ବିଜମରା ସରପଞ୍ଚ ବାଳକୃଷ୍ଣ ମାଝୀ, ଡବ୍ଲୁଇଓ ଆଶିଷ କୁମାର ପଣ୍ଡା, କନିଷ୍ଠ ଯନ୍ତ୍ରୀ ପିତାମ୍ବର ହେମ୍ବ୍ରମ, ଏସ୍ଏମସି ଅଧ୍ୟକ୍ଷ ଲକ୍ଷ୍ମୀକାନ୍ତ ଶବର, ପିଜିଟି ଖଲିଆଭଟା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ରମାକାନ୍ତ ନାୟକ, ଟିକଚନ ସୁନାନୀ, ସୁଶୀଲ କୁମାର ସାହୁ ପ୍ରମୁଖ ଯୋଗଦେଇ ଥିଲେ। ବିଜ୍ଞାନ ଶିକ୍ଷକ ପ୍ରମୋଦ ଚନ୍ଦ୍ର ଛତ୍ରିଆ ଅତିଥି ପରିଚୟ ଓ ମଞ୍ଚପରିଚାଳନା କରିଥିଲେ। ଟଙ୍କଧର ଧଙ୍ଗଡ଼ା ମାଝୀ ଧନ୍ୟବାଦ ଅର୍ପଣ କରିଥିବା ବେଳେ ସାଂସ୍କୃତିକ କାର୍ଯ୍ୟକ୍ରମ କୁ କମଲ ଲୋଚନ ଧଙ୍ଗଡ଼ାମାଝୀ ପରିଚାଳନା କରିଥିଲେ। ବିଶେଷ ସହଯୋଗ କୃଷ୍ଣପ୍ରସାଦ ନାୟକ, ଚିତ୍ରସେନ ଜାନି, ହେମନ୍ତ ପଟ୍ଟଯୋଶୀ, ପୁଷ୍ପାଞ୍ଜଳି ନାୟକ, ମଞ୍ଜୁଳା କରୁଆଁ, ବିଜୟା ଲଷ୍ମୀ ସାହୁ, ସୁଜ୍ଞାନୀ କୁମାରୀ ମହାପାତ୍ର, ଲକ୍ଷ୍ମଣ ଗହୀର, କୁଣ୍ଡଳୀ ହରପାଲ, ଆନନ୍ଦ ପ୍ରଧାନ, ଗଗନେଶ୍ୱର ବେହେରା,ତାରାଦେଇ ତାଣ୍ଡି, ବିଶାଖା ମାଝୀ, ଗୌରୀ ମାଝୀ, କୁମୁଦିନୀ ମାଝୀ, କେତକୀ ନାଏକ, ଖୁଲଣା ରାଉତ , ସ୍କାଉଟ ଛାତ୍ରୀ ଓ ସମସ୍ତ ଛାତ୍ରୀଙ୍କ ସହଯୋଗରେ ବାର୍ଷିକ ଉତ୍ସବ ଟି ସାଫଲ୍ୟମଣ୍ଡିତ ହୋଇଥିଲା।
