ରାୟଗଡ଼ା/କ୍ରାନ୍ତିକ୍ଷେତ୍ର : ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ସଦର ମହକୁମା ସ୍ଥିତ ସରକାରୀ ଉଚ୍ଚ ବିଦ୍ୟାଳୟରେ ପରିବେଶ ପାଇଁ ସ୍ଥାୟୀ ଜୀବନଶୈଳୀ ଉପରେ ବ୍ଲକସ୍ତରୀୟ ବିଜ୍ଞାନ ପଦର୍ଶନୀ ଅନୁଷ୍ଠିତ ହୋଇଛି। ଏଥିରେ ଅତିରିକ୍ତ ଶିକ୍ଷା ଅଧିକାରୀ ମୋହନ ରାଓ କଣ୍ଡାଗରୀ, ବିଜୟୀ କୁମାର ସେଠୀ, ପଞ୍ଚଶଖା ଶିକ୍ଷାସେତୁର ସଭାପତି ଗୁଡୁଲ୍ଲା ନାଗେଶ, ସଦସ୍ୟ ମାନସିଂ ଗରଡ଼ିଆ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ। ଏଥିରେ ମୋଟ ୪୧ଟି ବିଜ୍ଞାନ ପଦର୍ଶନୀ କରି ଥିଲେ। ଓଡିଶା ଆଦର୍ଶ ବିଦ୍ୟାଳୟର ରସାୟନ ବିଜ୍ଞାନ ଅଧ୍ୟାପିକା ସିକି ବେହେରା, ପଦାର୍ଥ ବିଜ୍ଞାନ ଅଧ୍ୟାପକ ବିଜୟୀ କୁମାର ପତ୍ରି, ଶିରିପୁର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ର ରସାୟନ ବିଜ୍ଞାନ ଅଧ୍ୟାପିକା ଏମ ଆଶା ମୁଗୁଲି ବିଚାରକ ଭାବେ ରହିଥିଲେ। ବିଦ୍ୟାଳୟର ପ୍ରଧାନ ଶିକ୍ଷକ ପ୍ରଦୀପ କୁମାର ଦଳେଇ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ବିଚାରକ ମଣ୍ଡଳୀ ଓ ଅତିରିକ୍ତ ଶିକ୍ଷା ଅଧିକାରୀ ପ୍ରମୁଖ ମଞ୍ଚାସିନ ରହିଥିଲେ। ଏଥିରେ କୃତି ପ୍ରତିଯୋଗୀ ମାନଙ୍କୁ ପ୍ରମାଣ ପତ୍ର ସହ ପ୍ରଥମ ସ୍ଥାନ ଅଧିକାର କୁ ୧୫୦୦ଟଙ୍କା, ଦ୍ୱିତୀୟ ସ୍ଥାନ ଅଧିକାର କୁ ୧୦୦୦ ଟଙ୍କା, ତୃତୀୟ ସ୍ଥାନ ଅଧିକାର କୁ ୫୦୦ଟଙ୍କା ପ୍ରଦାନ କରିବା ସହ ସମସ୍ତ ପ୍ରତିଯୋଗିଙ୍କୁ ବିଦ୍ୟାଳୟ ପକ୍ଷରୁ ପ୍ରମାଣ ପତ୍ର ଅତିଥିଙ୍କ ଦ୍ୱାରା ପ୍ରଦାନ କରିଥିଲେ। ଉଚ୍ଚ ବିଦ୍ୟାଳୟ ର ସମସ୍ତ ଶୀକ୍ଷକ, ଶିକ୍ଷୟତ୍ରୀ ଉପସ୍ଥିତ ରହି ସହଯୋଗ କରିଥିଲେ।
