ଉପାନ୍ତକୁ ‘ମୁଖ୍ୟମନ୍ତ୍ରୀ ବସ’ ଚଳାଚଳ ; ଲୋକଙ୍କ ମନରେ ଖୁସି

ଝରିଗାଁ/କ୍ରାନ୍ତିକ୍ଷେତ୍ର (ଭୋଦେବ ଗୌଡ଼) : ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକ ସଦରମହକୁମାଠାରୁ ଭାୟା ଚନ୍ଦାହାଣ୍ଡି ବ୍ଲକର ଉପାନ୍ତ ଗ୍ରାମ କୁଆମ୍ବା କୁ ମୁଖ୍ୟମନ୍ତ୍ରୀ ବସ ଚଳାଚଳ ହୋଇଯାଇଛି। ବସ ସେବାରୁ ବଞ୍ଚିତ ହେଉଥିବା ଝରିଗାଁ ବ୍ଲକ ଓ ସୀମାନ୍ତ ଚନ୍ଦାହାଣ୍ଡି ବ୍ଲକ ଅଞ୍ଚଳର ଅନେକ ଗ୍ରାମର ଲୋକେ ବସସେବା ପହଞ୍ଚିଥିବାରୁ ଖୁସିବ୍ୟକ୍ତ କରିଛନ୍ତି। ସୂଚନା ଅନୁସାରେ ମୁଖ୍ୟମନ୍ତ୍ରୀ ବସ ସେବା ପୂର୍ବରୁ ବ୍ଲକ ସଦରମହକୁମା ଠାରୁ ବାହାରି ଚକଳାପଦର ପଞ୍ଚାୟତର ବାହାରକର୍ମରି ପର୍ଯ୍ୟନ୍ତ ଯାଇ ଫେରୁଥିଲା। କିନ୍ତୁ ଏବେ ପ୍ରଶାସନର ନିର୍ଦ୍ଦେଶକ୍ରମେ ସଦରମହକୁମା ଠାରୁ କୁଆମ୍ବାକୁ ବସ ଚଳାଚଳ କରୁଛି। ଦିନକୁ ତିନିଥର ଯାତାୟାତ କରୁଥିବାବେଳେ ବ୍ଲକସଦରମହକୁମା ଠାରୁ ସକାଳ ୬ଘଣ୍ଟାରେ ବାହାରି ୭ଘଣ୍ଟା ୫୦.ମି କୁଆମ୍ବା ପହଞ୍ଚି ଯାଉଥିବା ମୁଖ୍ୟମନ୍ତ୍ରୀ ବସ ସେବା ଝରିଗାଁ ସୁପରଭାଇଜର ଧର୍ମେନ୍ଦ୍ର ସାହୁ, ବସ ଡ୍ରାଇଭର ତ୍ରିନାଥ ଦଲେଇ, ଭରତ ଗୌଡ, ଜଗନ୍ନାଥ ହରିଜନ, ମୋହନ ମାଝୀ, ନବକିଶୋର ଗଇନ୍ତା, ଡମ୍ବରୁ ଗଣ୍ଡ ପ୍ରମୁଖ ସୂଚନା ଦେଇଛନ୍ତି।

Leave a Reply

Your email address will not be published. Required fields are marked *