ହାତୀ ହତ୍ୟା ଘଟଣା  ; ରେଞ୍ଜର ଫେରାର

ବନ୍ୟ ପ୍ରାଣୀ ସୁରକ୍ଷା ଆଇନ ୧୯୭୨ ମାମଲା ରୁଜୁ

ବାଲିଗୁଡ଼ା/କ୍ରାନ୍ତିକ୍ଷତ୍ର : କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ବନଖଣ୍ଡ ବେଲଘର ବନାଞ୍ଚଳ ଅନ୍ତର୍ଗତ ଝିରିପାଣିରେ ହାତୀର ମୃତ୍ୟୁ ଏବଂ ଏହାର ମୃତଦେହକୁ ବେଆଇନ ଭାବରେ ପରିଚାଳନା ଏବଂ ସ୍ଥାନାନ୍ତର ସମ୍ପର୍କରେ, କଳାହାଣ୍ଡି ଜିଲ୍ଲାର କେସିଙ୍ଗା ଥାନା ଅନ୍ତର୍ଗତ କାଣ୍ଟେସିର ଗ୍ରାମର ଏକ ଗ୍ରାମ ଅଞ୍ଚଳରୁ ହାତୀ ମୃତଦେହର କଟା ଖଣ୍ଡଗୁଡ଼ିକ ଠାବ କରାଯାଇଥିଲା। ଏହି ଘଟଣାରେ ରେଞ୍ଜର ବିନୟ କୁମାର ବିଶିକୁ ନିଲମ୍ବନ କରାଯାଇଛି। ଏବଂ ବିନୟ କୁମାର ବିଶି ଏବଂ ଅନ୍ୟମାନଙ୍କ ବିରୁଦ୍ଧରେ ତଥ୍ୟ ଲୁଚାଇବା ଏବଂ ପ୍ରମାଣକୁ ହେରଫେର କରିବା ପାଇଁ ବେଲଘର ଫରେଷ୍ଟ ରେଞ୍ଜରେ ବନ୍ୟପ୍ରାଣୀ ଅପରାଧ ମାମଲା ରୁଜୁ କରାଯାଇଛି। ବିନୟ ବିଶି ବର୍ତ୍ତମାନ ସୁଦ୍ଧା ଫେରାର୍ ଅଛନ୍ତି। ଏହି ସମ୍ପର୍କରେ ହୃଷୀକେଶ ପଣ୍ଡା ନାମକ ଜଣେ ବ୍ୟକ୍ତିଙ୍କୁ ଅଟକ ରଖାଯାଇଛି। ଏହି ବେଆଇନ କାର୍ଯ୍ୟକଳାପ ସହିତ ଜଡିତ ଅନ୍ୟ ବ୍ୟକ୍ତିମାନଙ୍କ ବିରୁଦ୍ଧରେ ବନ୍ୟପ୍ରାଣୀ (ସୁରକ୍ଷା) ଆଇନ ୧୯୭୨ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ନିଆଯିବ। ଏହି ମାମଲାର ଏଧିକ ତଦନ୍ତ ଚାଲିଥିବା ଡିଏଫଓ ଘନ ଘନଶ୍ୟାମ ମହନ୍ତ ସୂଚନା ଦେଇ ଛନ୍ତି।

Leave a Reply

Your email address will not be published. Required fields are marked *