ରାୟଗଡ଼/କ୍ରାନ୍ତିକ୍ଷେତ୍ର(ପ୍ରଶାନ୍ତ ସେନାପତି) : ରାୟଗଡ଼ା ଜିଲ୍ଲାରେ ରାସ୍ତା ଦୁର୍ଘଟଣା ହ୍ରାସ କରିବା ପାଇଁ ଜିଲ୍ଲାସ୍ତରୀୟ ସଂସଦ କ୍ଷେତ୍ର ସଡକ ସୁରକ୍ଷା କମିଟି ବୈଠକ ଆଜି ସାଂସଦ ସପ୍ତଗିରି ଉଲ୍ଲକାଙ୍କ ଅଧ୍ୟକ୍ଷତରେ ସ୍ଥାନୀୟ ଜିଲ୍ଳା ପରିଷଦ ସମ୍ମିଳନୀ କକ୍ଷରେ ଆୟୋଜିତ ହୋଇଥିଲା। ବୈଠକରେ ରାୟଗଡ଼ ବିଧାୟକ ଆପଲସ୍ୱାମୀ କାଡ୍ରାକା, ଗୁଣୁପୁର ବିଧାୟକ ସତ୍ୟଜିତ ଗମାଙ୍ଗ, ବିଷମକଟକ ବିଧାୟକ ନୀଳମାଧବ ହିକକା, ଜିଲ୍ଲାପରିଷଦ ଅଧ୍ୟକ୍ଷା ସରସ୍ୱତୀ ମାଝି, ଜିଲ୍ଲାପାଳ ଆଶୁତୋଷ କୁଲକାର୍ଣ୍ଣି, ଆରକ୍ଷୀ ଅଧିକ୍ଷକ ରାୟଗଡ଼ ସ୍ୱାତୀ ଏସ୍ କୁମାର, ଅତିରିକ୍ତ ଜିଲ୍ଲାପାଳ ନବୀନ ଚନ୍ଦ୍ର ନାୟକ, ଜିଲ୍ଳା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟ ନିର୍ବାହୀ ଅଧିକାରୀ ଅକ୍ଷୟ କୁମାର ଖେମୁଣ୍ଡୁ, ସିଡିଏମଓ ରାୟଗଡ଼ ଡ଼. ସରୋଜିନୀ ଦେବୀ ସମେତ ଜିଲ୍ଳାର ବ୍ଲକ୍ ଅଧ୍ୟକ୍ଷ-ଅଧ୍ୟକ୍ଷା ଏବଂ ଅନ୍ୟାନ୍ୟ ଜିଲ୍ଳାସ୍ତରୀୟ ଅଧିକାରୀମାନେ ଉପସ୍ଥିତ ଥିଲେ। ପୂର୍ବବର୍ଷ ଅପେକ୍ଷା ୨୦୨୫ ରେ ସଡକ ଦୁର୍ଘଟଣାଠାରୁ ଅଧିକ ରହିଥିବା ଜଣାପଡିଛି। ବ୍ୟାପକ ସଚେତନତା କଲେ ମଧ୍ୟ ଦୁର୍ଘଟଣା ଜନିତ ମୃତ୍ୟ ହ୍ରାସ ପାଉ ନଥିବାରୁ ସାଂସଦ ଏହି ବୈଠକରେ ଉଦବେଗ ପ୍ରକାଶ କରିଥିଲେ। ସେହିପରି ମାନ୍ୟବର ରାୟଗଡ଼ ଓ ଗୁଣୁପୁର ଜିଲ୍ଲାର ବିଭିନ୍ନ କ୍ଷେତ୍ରରେ ବ୍ୟାପକ ଜଣସଚେତନତା ସୃଷ୍ଟି କରିବାକୁ କହିଥିଲେ। ଏହି ବୈଠକରେ ଆଞ୍ଚଳିକ ପରିବହନ ଅଧିକାରୀ ବିନୟ କୁମାର ପାଲ ବିସ୍ତୃତ୍ୱ ଭାବରେ ସଡ଼କ ସୁରକ୍ଷା କମିଟିର ଭୂମିକା ଓ ପଦକ୍ଷେପ ସମ୍ପର୍କରେ ଉପସ୍ଥାପନା କରିଥିଲେ। ଆଞ୍ଚଳିକ ପରିବହନ ଅଧିକାରୀ, ରାୟଗଡ଼ ଜିଲ୍ଲାରେ ବର୍ତମାନ ସୁଦ୍ଧା ୧, ୯୯, ୪୦୬ଟି ଗାଡି ପଞ୍ଜିକୃତ ହୋଇଥିବା ବେଳେ ୧,୫୬, ୯୯୧ଟି ଗାଡ଼ି ଚଳାଚଳ କରୁଛନ୍ତି। ପୂର୍ବବର୍ଷ ମାର୍ଚ୍ଚ, ଆକ୍ଟବର ଏବଂ ଡ଼ିସେମ୍ବର ମାସରେ ଦୁର୍ଘଟଣାର ସଂଖ୍ୟା ସର୍ବାଧିକ ରହିଥିଲା ଏବଂ ରାୟଗଡ଼ା, ଚାନ୍ଦିଲି , ମୁନିଗୁଡ଼ା, କାଶୀପୁର ଓ ଗୁଣପୁର ରେ ଅଧିକ ସଡକ ଦୁର୍ଘଟଣା ରିପୋର୍ଟ ହୋଇଥିଲା। ଗୁମ୍ମା ଘାଟି ରାସ୍ତା, ପଳୁପାଇ ରାମନାଗୁଡ଼ା ରାସ୍ତା, ମୁନିଗୁଡ଼ା ଆମ୍ବଡୋଳା ରାସ୍ତା ଅତ୍ୟଧିକ ଦୁର୍ଘଟଣା ପ୍ରବଣ ସ୍ଥାନ ପାଲଟିଥିବା ପ୍ରକାଶ କରିଥିଲେ। ଷ୍ଟେଟ୍ ହାଇୱେ ୪୪ ଓ ୫ରେ ଅଧିକ ଦୁର୍ଘଟଣା ହେଉଥିବାବେଳେ ଦୁଇଚକିଆ ଓ ପଦଯାତ୍ରୀ ଦୁର୍ଘଟଣାରେ ସର୍ବାଧିକ ପ୍ରଭାବିତ ହେଉଥିବା ଜଣାପଡୁଛି। ଏହାସହ ଟ୍ରକ୍ ଡ୍ରାଇଭରଙ୍କ ରାତ୍ରି ଚା ଷ୍ଟଲ ଉପରେ ଚର୍ଚ୍ଚା ହେଉଥିବା ବେଳେ ସାଂସଦ ଓ ଜିଲ୍ଲାପାଳ ଜାତୀୟ ରାଜପଥରେ ଅତିବେଗ ପର୍ଯ୍ୟବେକ୍ଷଣ କ୍ୟାମେରା, ବିଭିନ୍ନ ସ୍ଥାନରେ ବାରିକେଡ୍, କମ୍ପନ ସ୍ପିଡ୍ ବ୍ରେକର ସ୍ଥାପନ, ଅବୈଧ ପାର୍କିଂ ସ୍ଥାନ ଯାଞ୍ଚପାଇଁ ନିର୍ଦ୍ଦେଶ ଦେଇଛନ୍ତି। ଏହାସହ ସଡ଼କ ଦୁର୍ଘଟଣା ରେ ପୀଡିତ ମାନଙ୍କୁ ଉଦ୍ଧାର ଓ ସହାୟତା ପାଇଁ ରାହ-ବୀର, ସୋଲାଟିୟମ୍ ଯୋଜନାରେ ଵ୍ୟକ୍ତି ବିଶେଷ ମାନଙ୍କୁ ଉତ୍ସାହିତ କରିବା ଉପରେ ଆଲୋଚନା ହୋଇଥିଲା।
