ଯୋଷେପ ଯୋନସନ ବାରା ମେମୋରିଆଲ ଟ୍ରଷ୍ଟ ତରଫରୁ ନେତାଜୀ ଜୟନ୍ତୀ ଓ ସରସ୍ବତୀ ପୂଜା

ରାୟଗଡା/କ୍ରାନ୍ତିକ୍ଷେତ୍ର(ପ୍ରଶାନ୍ତ ସେନାପତି) : ରାୟଗଡ଼ା ଜିଲ୍ଲା ଗୁଣୁପୁର ସ୍ଥିତ ଜିଆଇଟିୟୁ  ପରିସର ଏମବିଏ ବ୍ଲକ ସଭାଗୃହ ଠାରେ ଯୋଷେପ ଯୋହସନ ବାରା ମେମୋରିଆଲ ଟ୍ରଷ୍ଟ ତରଫରୁ ନେତାଜୀ ଜୟନ୍ତୀ ଓ ସରସ୍ବତୀ ପୂଜା ପାଳିତ  ହୋଇଛି।  ଏହାରି ଉପଲକ୍ଷେ ଭାରତ ସରକାରଙ୍କ ଲୋକସଭା ପାର୍ଲ୍ୟାମେଣ୍ଟ ଯୁଗ୍ମ ସମ୍ପାଦକ ତ୍ରିର୍ଥଙ୍କର ଦାସ, ଜିଆଇଟିୟୁ ର ସଂସ୍ଥାପକ ଡ଼ଃ ଚନ୍ଦ୍ରଧ୍ଵଜ ପଣ୍ଡା, କାର୍ଯ୍ୟକ୍ରମ ଆୟୋଜକ ବରିଷ୍ଠ ସାମ୍ବାଦିକ ସମାଜ ସୁଧାରକ ଯୁଗ୍ମ ସମ୍ପାଦକ ଭାରତୀୟ ମାନବାଧିକାର ପ୍ରେସ କ୍ଲବ ମେମ୍ବର ସାରା ପୃଥିବୀ କଲ୍ୟାଣ କାରୀ ମୂଳଧାରକ କର୍ମୀ ତଥା ଅଧକ୍ଷ ଜେଜେବିଏମଟି ର  ଅନୁବ୍ରତ ବାରା ପ୍ରମୁଖ ମଞ୍ଚାସିନ ରହିଥିଲେ। ଏହି ଅବସରରେ ଶ୍ରୀଦାସ ଶିକ୍ଷା ଏକ ମୂଳ ଦୁଆ, ଏହାକୁ ଯିଏ ମଧ୍ୟ ଆପଣାଉଛି ସେ ଏକ ଉଛ ପଦସ୍ତ ଅଧିକାରୀ ରୂପେ ପରିଗଣିତ ହୋଇପାରିଛି ବୋଲି ମତବ୍ୟକ୍ତ କରିଥିଲେ। ପୁଣି ଡ଼ଃ ପଣ୍ଡା ଆମେ ଦେଶର ହିତ ପାଇଁ ମଣିଷ ତିଆରି କାରଖାନା ଟିଏ ତିଆର କରି ନିଜକୁ ଧନ୍ୟ ମନେ କରୁଅଛୁ ବୋଲି ନିଜ ବକ୍ତବ୍ୟ ପ୍ରଦାନ କରିଥିଲେ।  ଏହି ଅବସରରେ ଶ୍ରୀବାରା ମୁଁ ଆଜି ଏହି କାର୍ଯ୍ୟକ୍ରମ ଆୟୋଜନ କରି ନିଜକୁ ଓ ନିଜ ଅନୁଷ୍ଠାନ କୁ ଆହୁରି ଆଗକୁ ନେବା ନିମନ୍ତେ ଏକ ବିରାଟ ସୁଯୋଗ ପାଇପାରିଛି ବୋଲି କହିଥିଲେ।

Leave a Reply

Your email address will not be published. Required fields are marked *