ଗାଈକୁ ଧକ୍କା ଦେଇ ପୋଲ ରେ ଫସିଲା ଟ୍ରଲର

ଲାଞ୍ଜିଗଡ଼/କ୍ରାନ୍ତିକ୍ଷେତ୍ର ‌(ସୌମ୍ୟରଞ୍ଜନ ପାତ୍ର) : ଢେପଗୁଡ଼ା ଠାରେ ପୁଣି ଏକ ଟ୍ରଲର ଦୁର୍ଘଟଣା ଗ୍ରସ୍ତ ହୋଇଛି। ଭବାନୀପାଟଣା ଠାରୁ ରାୟଗଡ଼ାକୁ ସଂଯୋଗ କରୁଥିବା ୬ନମ୍ବର ରାଜ୍ୟ ରାଜପଥର ଢେପଗୁଡ଼ା ଏକ ଅଣ ଓସାରିଆ ପୋଲରେ ଭାରସାମ୍ୟ ହରାଇ ଏକ ଗାଈକୁ ଧକ୍କା ଦେଇ ଦୁର୍ଘଟଣା ଶିକାର ହୋଇଛି। ସୂଚନାଯୋଗ୍ୟ ଟ୍ରଲର ଟି ବିଶାଖାପାଟଣା ପଟୁ ଭବାନୀପାଟଣା ପଟେ ଯାଉଥିବାବେଳେ ହଠାତ ସାମ୍ନାରେ ଏକ ଗାଈ ପହଞ୍ଚିଥିଲା ଫଳରେ ଭାରସାମ୍ୟ ହରାଇ ଗାଇକୁ ଧକ୍କା ଦେଇ ରାସ୍ତା ମଝିରେ ଫସି ରହି ଥିବା ବେଳେ ଭବାନୀପାଟଣା- ରାୟଗଡ଼ା ସଂଯୋଗ କରୁଥିବା ୬ ନମ୍ବର ରାଜ୍ୟ ରାଜପଥ ରାସ୍ତାର ଦୁଇ ପାର୍ଶ୍ଵରେ ଶହଶହ ଯାନବାହାନ ଜାମ ହୋଇ ରହିଥିବା ଦେଖିବାକୁ ମିଳିଥିଲା। ଖବର ପାଇ ଘଟଣାସ୍ଥଳରେ ବିଶ୍ଵନାଥପୁର ପୁଲିସ ପହଞ୍ଚିବା ପରେ ଦିର୍ଘ ୭ ଘଣ୍ଟା ପରେ ଯାତାୟତ ସ୍ବଭାବିକ ହୋଇଥିଲା। ତେବେ ଏହି ଅଣ ଓସାରିଆ ପୋଲ ଯୋଗୁଁ ଦିନ ପ୍ରତିଦିନ ଦୁର୍ଘଟଣା ଘଟୁଥିବା ବେଳେ ଏଥିପ୍ରତି ପୂର୍ତ୍ତ ବିଭାଗ ଦୃଷ୍ଟି ଦେଇ ନୂତନ ପୋଲ ନିର୍ମାଣ କରିବା ପାଇଁ ସାଧାରଣରେ ଦାବୀ ହେଉଛି।