ଜୟପାଟଣା ବ୍ଲକ କଂଗ୍ରେସ କମିଟି ପକ୍ଷରୁ ୭୭ ତମ ସାଧାରଣତନ୍ତ୍ର ଦିବସ ପାଳିତ

ଜୟପାଟଣା/କ୍ରାନ୍ତିକ୍ଷେତ୍ର(ଚିତ୍ରସେନ ବାଗ) : କଳାହାଣ୍ଡି ଜିଲ୍ଲା ଜୟପାଟଣା ବ୍ଲକ କଂଗ୍ରେସ କମିଟି ପକ୍ଷରୁ ବ୍ଲକ ଛକ ଠାରେ ସାଧାରଣତନ୍ତ୍ର ଦିବସ ପାଳିତ ହୋଇଯାଇଛି। ଅତ୍ୟନ୍ତ ହର୍ଷଉଲ୍ଲାସର ସହ ୭୭ତମ ସାଧାରଣତନ୍ତ୍ର ଦିବସ ପାଳିତ କରିଛନ୍ତି। ୧୯୫୦ ମସିହା ଆଜିର ଦିନରେ ଭାରତର ସମ୍ବିଧାନ କାର୍ଯ୍ୟକାରୀ ହୋଇଥିବାରୁ,ଏହି ଦିନଟିକୁ ସ୍ମରଣୀୟ କରିବା ପାଇଁ ପ୍ରତିବର୍ଷ ଏହାକୁ ପାଳନ କରାଯାଏ। ଏଥିରେ ଅବସରପ୍ରାପ୍ତ ଶିକ୍ଷକ ତ୍ରିନାଥ ପଟ୍ଟନାୟକ ମୁଖଅତିଥି ଭାବେ ଯୋଗଦେଇ ପତାକା ଉତ୍ତଳନ କରିଥିବାବେଳେ କମିଟିର ସଭାପତି ସୁଶୀଲ କୁମାର ନାଏକ, ପୂର୍ବତନ ସଭାପତି ଗଙ୍ଗାଧର ପାତ୍ର, ରୁଦ୍ରପ୍ରସାଦ ପାଣିଗ୍ରାହି, ପୁରସତ୍ତମ ମାଝୀ, ନେତ୍ରମଣୀ ନାଗ, ଶ୍ୟାମ ପାଢ଼ୀ, ସନ୍ୟାସୀ ନାଗ, ନୂତନ ଶବର, କ୍ଷେତ୍ର ଶବର, ଗଣପତିଦେବ ଦାସ, ଜବ୍ର ନାଏକ ସୁଶାନ୍ତ ନାଏକ ପ୍ରମୁଖ ଉପସ୍ଥିତ ଥିଲେ।