କୋକସରା ବ୍ଲକର ବିଭିନ୍ନ ସ୍ଥାନରେ ୭୭ତମ ସାଧାରଣତନ୍ତ୍ର ଦିବସ ପାଳିତ

କୋକସରା/କ୍ରାନ୍ତିକ୍ଷେତ୍ର : ଆଜି ଦେଶ ପାଳିଛି ୭୭ତମ ସାଧାରଣତନ୍ତ୍ର ଦିବସ। ଏଥିପାଇଁ ଦିଲ୍ଲୀଠୁ ପଲ୍ଲୀ ସବୁଠି ଚଳଚଞ୍ଚଳ ହୋଇ ଉଠିଥିଲା। ଏହି କ୍ରମରେ କୋକସରା ବ୍ଲକର ବିଭିନ୍ନ ସରକାରୀ, ବେସରକାରୀ କାର୍ଯ୍ୟାଳୟ, ଶିକ୍ଷାନୁଷ୍ଠାନ ସମେତ ବିଭିନ୍ନ ଅନୁଷ୍ଠାନ ଗୁଡିକରେ ମହାଆଡମ୍ବରରେ ସାଧାରଣତନ୍ତ୍ର ଦିବସ ପାଳନ କରାଯାଇଛି। କୋକସରା ବ୍ଲକ ସଦର ମହକୁମା ସ୍ଥିତ ଗୁଡହାଣ୍ଡି ମଞ୍ଚରେ ବ୍ଳକସ୍ତରୀୟ ସାଧାରଣତନ୍ତ୍ର ଦିବସ ପାଳନ ହୋଇଛି। ପଞ୍ଚାୟତ ସମିତି ଅଧ୍ୟକ୍ଷା ରିତା ଅଗ୍ରୱାଲଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସାଧାରଣତନ୍ତ୍ର ଦିବସରେ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଡ଼ଃ ହିମାଞ୍ଚଳ ମାଝୀ ଯୋଗଦେଇ ଜାତୀୟ ପତାକା ଉତ୍ତୋଳନ କରିବା ସହ ପେରେଡ଼ରେ ଅଭିବାଦନ ଗ୍ରହଣ କରିଥିଲେ। ବ୍ଳକ ଉପାଧ୍ୟକ୍ଷ ରାଜୀବ କୁମାର ଅଗ୍ରୱାଲ, ତହସିଲଦାର ଚୌଡଗଙ୍ଗ ପ୍ରଧାନ, କୋକସରା ଥାନା ଅଧିକାରୀ ସୁଜ୍ଞାନ କୁମାର ବାରିକ, ଗୋଷ୍ଠୀ ଶିକ୍ଷା ଅଧିକାରୀ ମହେଶ କୁମାର ଭାଟି, ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ତୋଫାନ ମାଝୀ, ସ୍ଥାନୀୟ ସରପଞ୍ଚ କିଶୋର ଚନ୍ଦ୍ର ପ୍ରଧାନୀ, ଅଧ୍ୟାପକ ଆଶ୍ଵିନ କୁମାର ପଟ୍ଟନାୟକ, ବିଜେପି ନେତା ତ୍ରିନାଥ ଶବର, ପୁରୁଷୋତ୍ତମ ଦାସ ଗୁପ୍ତା ପ୍ରମୁଖ ଯୋଗଦେଇ ଥିଲେ। କୋକସରା ପଞ୍ଚାୟତ ସମିତି ଡିଗ୍ରୀ ମହାବିଦ୍ୟାଳୟ, ଯୁକ୍ତ ଦୁଇ ଉଚ୍ଚମାଧ୍ୟମିକ ବିଦ୍ୟାଳୟ, ମୋଟେର ଏଲମାସି ଇଂରାଜୀ ବିଦ୍ୟାଳୟ, ଜବାହର ଉଚ୍ଚ ବିଦ୍ୟାଳୟ, ଓଡ଼ିଶା ଆଦର୍ଶ ବିଦ୍ୟାଳୟ ବଙ୍ଗୋମୁଣ୍ଡା ଓ ସରସ୍ଵତୀ ଶିଶୁ ମନ୍ଦିରର ଛାତ୍ରୀମାନେ ପେରେଡରେ ଯୋଗ ଦେଇଥିଲେ। ଏହି କ୍ରମରେ ସ୍ବାସ୍ଥ୍ୟକର୍ମୀ  ସମେତ ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ଥିବା ବ୍ୟକ୍ତି ବିଶେଷଙ୍କୁ ମାନପତ୍ର ପ୍ରଦାନ ପୂର୍ବକ ସମ୍ମାନିତ କରାଯାଇଥିଲା। ସେହିପରି ପେରେଡରେ ପ୍ରଥମ, ଦିତୀୟ ଓ ତୃତୀୟ ସ୍ଥାନ ଅଧିକାର କରିଥିବା ବିଦ୍ୟାଳୟ ଗୁଡିକ କୁ ଅତିଥି ମାନଙ୍କ ଦ୍ଵାରା ପୁରସ୍କାର ପ୍ରଦାନ କରାଯାଇଥିଲା। ପେରେଡରେ ପିଇଟି ଅମିତ୍ କୁମାର ମହାନ୍ତି ସଂଯୋଜନା କରିଥିଲେ। କାର୍ଯ୍ୟକ୍ରମ କୁ ନୋଡାଲ ସିଆରସିସି ବୈକୁଣ୍ଠ ଜାଲ ପରିଚାଳନା କରିଥିଲେ। ସେହିପରି କୋକସରା ବ୍ଲକ ସାମ୍ବାଦିକ ସଂଘ ପକ୍ଷରୁ ସ୍ଥାନୀୟ ପଟ୍ଟନାୟକ ପଡାଠାରେ ମହା ଆଡମ୍ବରରେ ୭୭ତମ ସାଧାରଣତନ୍ତ୍ର ଦିବସ ପାଳନ କରାଇଥିଲା। ସଂଘର ସଭାପତି ଚକ୍ରଧର ବେଶ୍ରା ଜାତୀୟ ପତାକା ଉତ୍ତୋଳନ କରିବା ସହ ଉଦବୋଧନ ଦେଇଥିଲେ। ବରିଷ୍ଠ ସାମ୍ବାଦିକ ଜତିନ୍ଦ୍ର ପଟ୍ଟନାୟକ, ସାମ୍ବାଦିକ ଜଗଦୀଶ ନାଏକ, ହିରଣ୍ୟ ବେହେରା, ତୁଲାରାମ ବେହେରା, ପ୍ରଦୀପ ସିଂ, ଦେବେନ୍ଦ୍ର ସାଗର, ପରେଶ ପଟ୍ଟନାୟକ ପ୍ରମୁଖଙ୍କ ସହିତ ଭାରତ ଫାଇନ୍ସ କର୍ମଚାରୀ ମାନେ ଉପସ୍ଥିତ ଥିଲେ।

କୋକସରା ବ୍ଲକ କଂଗ୍ରେସ କମିଟି ପକ୍ଷରୁ ଗାନ୍ଧୀ ଭବନ ଠାରେ ବ୍ଳକ ସଭାପତି ଲକ୍ଷ୍ମଣ ଶବରଙ୍କ ଉପସ୍ଥିତରେ ସାଧାରଣତନ୍ତ୍ର ଦିବସ ପାଳନ କରାଯାଇଥିବାବେଳେ ବ୍ଳକ ବିଜେଡ଼ି ଓ ବିଜେପି ଦଳ ପକ୍ଷରୁ ନିଜ ନିଜ କାର୍ଯ୍ୟଳୟଠାରେ ସାଧାରଣତନ୍ତ୍ର ଦିବସ ପାଳନ କରାଯାଇଛି।