ରାୟଗଡ଼ା/କ୍ରାନ୍ତିକ୍ଷେତ୍ର (ପ୍ରଶାନ୍ତ ସେନାପତି) : ରାୟଗଡ଼ା ଜିଲ୍ଲା କାଶୀପୁର ବ୍ଲକ ବାଲିଗୁଡା ହନୁମାନ ମନ୍ଦିର ପ୍ରାଙ୍ଗଣରେ ଆଜି ବିଶ୍ବହିନ୍ଦୁ ପରିଷଦ ଓ ବଜରଙ୍ଗ ଦଳର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ସଂଗଠନକୁ ସୁଦୃଢ଼ କରିବା, ହିନ୍ଦୁ ସମାଜକୁ ସଂଗଠିତ କରିବା ଓ ସ୍ଥାନୀୟ ସ୍ତରରେ କାର୍ଯ୍ୟକର୍ତ୍ତାଙ୍କୁ ସକ୍ରିୟ କରିବା ନେଇ ଆଲୋଚନା ହୋଇଥିଲା। ଏଥିସହ କାଶୀପୁର ବ୍ଲକ ଓ କାଶୀପୁର ପଞ୍ଚାୟତ ପାଇଁ ବଜରଙ୍ଗ ଦଳର ନୂତନ କାର୍ଯ୍ୟକର୍ତ୍ତାଙ୍କୁ ଦାୟିତ୍ୱ ଘୋଷଣା କରାଗଲା। ନୂତନ ଦାୟିତ୍ୱପ୍ରାପ୍ତ ଭାବେ ଟିକିରି ପଞ୍ଚାୟତ ପାଇଁ ବିଶ୍ବହିନ୍ଦୁ ପରିଷଦ ସଭାପତି ଭାବେ ପ୍ରଫୁଲ ବେହେରା, ବଜରଙ୍ଗ ଦଳ କାଶୀପୁର ବ୍ଲକ ସୋହ ସଂଯୋଜକ ଜିତେନ୍ଦ୍ର ବେହେରା, କାଶୀପୁର ପଞ୍ଚାୟତ ସଂଯୋଜକ ପବିତ୍ର ବେହେରା, ସହସଂଯୋଜକ ବାଦଲ କୁମାର ଖୁଣ୍ଟିଆ, ମିଳନ କେନ୍ଦ୍ର ପ୍ରମୁଖ କାର୍ତ୍ତିକ ମାଝୀ, ସୁରକ୍ଷା ପ୍ରମୁଖ ଶୁଭମ ଖୁଣ୍ଟିଆ, ଗୋ ସୁରକ୍ଷା ପ୍ରମୁଖ ପବନ ଗୌଡ଼, ବଳ ଉପାସନା ପ୍ରମୁଖ କିସାନ ଗୁରୁ, ବିଦ୍ୟାର୍ଥ ପ୍ରମୁଖ ଇଶ୍ୱର ପୂଜାରୀ ଏହି ବୈଠକରେ ବିଶ୍ବହିନ୍ଦୁ ପରିଷଦ ଜିଲ୍ଲା ସଂପାଦକ କୁନା ରମେଶ, ଜିଲ୍ଲା ସହ-ସଂପାଦକ ଗୋପୀନାଥ ବ୍ରହ୍ମା, ବଜରଙ୍ଗ ଦଳ ଜିଲ୍ଲା ସହ-ସଂଯୋଜକ ଶସ୍ୟଜ୍ୟୋତି ବେହେରା, ବଜରଙ୍ଗ ଦଳ ବିଭାଗ ସଂଯୋଜକ ଶକ୍ତି ଧରଣ, ବଜରଙ୍ଗ ଦଳ କାର୍ଯ୍ୟକର୍ତା ମାନସ ଦାସ, ବଜରଙ୍ଗ ଦଳ କାଶୀପୁର ବ୍ଲକ ସଂଯୋଜକ ନ.କିରଣ, ବିଶ୍ବହିନ୍ଦୁ ପରିଷଦ କାଶୀପୁର ବ୍ଲକ ସଭାପତି ପ୍ରଦୀପ ନାୟକ ପ୍ରମୁଖ ଉପସ୍ଥିତ ରହି ନୂତନ କାର୍ଯ୍ୟକର୍ତ୍ତାମାନଙ୍କୁ ସଂଗଠନର ଦାୟିତ୍ୱ ଓ ଲକ୍ଷ୍ୟ ସମ୍ପର୍କରେ ଦିଗଦର୍ଶନ ଦେଇଥିଲେ। ବୈଠକଟି ହିନ୍ଦୁ ସମାଜର ସେବା ଓ ସଂଗଠନର ସୁଦୃଢତା ପାଇଁ ସଙ୍କଳ୍ପ ସହ ସଫଳତାର ସହିତ ସମାପ୍ତ ହୋଇଥିଲା।
