ସିକ୍ୟୁରିଟି ଚାକିରି ନାଁରେ ଲକ୍ଷାଧିକ ଟଙ୍କା କାରବାର

ବୀରମହାରାଜପୁର/କ୍ରାନ୍ତିକ୍ଷେତ୍ର (ପ୍ରଦିପ ପଧାନ) : କେଭା ନାମକ ଏକ ସିକ୍ୟୁରିଟି ଏଜେନ୍ସି ଚାକରି ପାଇଁ ଜଣକ ପିଛା ଏକ ଲକ୍ଷ ଟଙ୍କା ଅସୁଲି କରି ନିଯୁକ୍ତି ଦେଇଥିଲେ। ଏବଂ ନିଯୁକ୍ତି ପରେ ଯୁବକ ମାନେ ସୋନପୁର ମେଡିକାଲରେ ସିକ୍ୟୁରିଟି ପାଇଁ ନିଯୁକ୍ତି ବି ହୋଇଥିଲେ। ୩ ମାସର ଡ୍ୟୁଟି ମଧ୍ଯ ଯୁବକମାନେ। ଏହାପରେ ଦରମା ପାଉ ନ ଥିବାରୁ ସମ୍ପୃକ୍ତ ଏଜେନ୍ସିର ମାଲିକ କୁ ବାରମ୍ବାର ଦରମା ନିମନ୍ତେ କହିଥିଲେ। କିନ୍ତୁ ଏଜେନ୍ସିର ମାଲିକ ଦେଖା ଦର୍ଶନ ମିଲୁ ନଥିଲା। ପରବର୍ତ୍ତୀ ସମୟରେ ଯୁବକ ମାନେ ଏଜେନ୍ସିର ମାଲିକ କୁ ଯୁବକ ମାନେ ଧରିବାକୁ ଯିବାବେଳେ ସେ’ ପୋଲିସ ର ସହାୟତା ନେଇଥିଲେ। ଏହାପରେ ଯୁବକ ମାନେ ସୋନପୁର ଥାନାରେ ହୋ ହାଲ୍ଲା କରିଥିଲେ। ଏବଂ ନିଜର ପଇସା ଫେରସ୍ତ ପାଇଁ ଦାବି କରିଥିଲେ। ଯୁବକ ମାନଙ୍କ ଅଭିଯୋଗ ମୁତାବକ ଏହି କାରବାରରେ କେଭା. ର ମାଲିକ ସତ୍ୟବ୍ରତ ସାହୁ, ଏବଂ ବିରମହାରାଜପୁର ଅଞ୍ଚଳର ଶତ୍ରୁଘ୍ନ ବାଘ ଓ ଏକଲବ୍ୟ ବେହେରା ସମ୍ପୃକ୍ତ ଥିବା କରିଛନ୍ତି। ତେଣୁ ସେମାନଙ୍କ ଉପରେ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସହ ସେମାନେ ଦେଇଥିବା ଟଙ୍କା ଫେରସ୍ତ କରିବାକୁ ଦାବି କରିଥିବା ଜଣାପଡିଛି।