ପାପଡାହାଣ୍ଡି/କ୍ରାନ୍ତିକ୍ଷେତ୍ର (କୈଳାସ ଚନ୍ଦ୍ର ବିଷୋୟୀ) : କମେଣ୍ଟ ମରାକୁ ନେଇ ମରଣାତ୍ମକ ପରିସ୍ଥିତି ଉପୁଜି ଥିବା ଦେଖିବାକୁ ମିଳିଛି। ସାମାନ୍ୟ କମେଣ୍ଟ ମରାରୁ ଏପରି ମରଣାତ୍ମକ ରୂପ ନେଇ ଜଣେ ମୃତ ହୋଇଥିବା ଦେଖିବାକୁ ମିଳିଛି। ଏପରି ଚାଂଚଲ୍ୟକର ସ୍ଥିତି ଦେଖିବାକୁ ମିଳିଛି ପାପଡାହାଣ୍ଡି ବ୍ଲକ ମୈଦଲପୁର ଥାନା ଆଉଳି ଗାଁ ର ଜଣେ ଯୁବକଙ୍କୁ ମରଣାନ୍ତକ ଆକ୍ରମଣ କରି ମାରିଦେଇଥିବା ଥାନାରେ ଅଭିଯୋଗ ହୋଇଛି। ନିଜ ଗ୍ରାମର ତ୍ରିନାଥ ନାୟକ ଓ ଭଣଜା ବଂଶୀ କୃର୍ମୀ ଘରେ ବସିଥିବା ଵେଳେ ଏହି ସମୟରେ ତ୍ରିନାଥ ଓରଫ କୁନୁ କୁର୍ମୀ ଚାରିଚକିଆ ଗାଡ଼ି ରେ ଯାଉଥିବା ସମୟରେ ଭଣଜା ବଂଶୀକୁ କୁନୁ କମେଣ୍ଟ ମାରିଥିଲେ। ଏହି କମେଣ୍ଟ ମରା ଘଟଣାକୁ ନେଇ ତ୍ରିନାଥ ନାୟକ ବୁଝାସୁଝା କରିବାକୁ ଚେଷ୍ଟା କରୁଥିଲେ। ସେତିକି ସମୟରେ ଉତଖିପ୍ତ ହୋଇ ଆଉଳି ଗ୍ରାମର ତ୍ରିନାଥ ଅରଫ କୁନୁ କୁର୍ମୀ ପ୍ରଥମେ ଛାତି ଉପରେ ଗୋଇଠା ମାରିଥିଲେ ତାପରେ ସଂଘବଦ୍ଧ ଭାବେ ତ୍ରିନାଥ ନାୟକଙ୍କୁ ମାନସ କୁର୍ମୀ, ପବିତ୍ର ଜାନି, ମୁକୁନ୍ଦ କୁର୍ମୀ, ରାହୁଲ କୁର୍ମି, ତରୁଣୀ ଅଗ୍ରିଆ, ରଞ୍ଜନ କୁର୍ମୀ ,ବରସିଂ ମାଝୀ ଆକ୍ରମଣ କରି ମୃତାହତ ଅବସ୍ଥା ରେ ଛାଡି ଚାଲିଯାଇଥିଲେ। ପରେ ତ୍ରିନାଥଙ୍କ ଭାଇ ତାଙ୍କୁ ଗୁରୁତର ଅବସ୍ଥାରେ ପ୍ରଥମ ମୈଦଲପୁର ମେଡ଼ିକାଲରେ ଭର୍ତ୍ତି କରିବା ପରେ ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ହେବାରୁ ୧୦୮ ଆମ୍ବୁଲାନ୍ସ ଯୋଗେ ପାପଡାହାଣ୍ଡି ସ୍ୱାସ୍ଥ୍ୟ କେନ୍ଦ୍ର କୁ ନେଉଥିବା ସମୟରେ ମୃତୁ ଘଟିଥିବା ଅଭିଯୋଗ ପତ୍ର ରେ ଦାଖଲ କରାଯାଇଛି। ଏନେଇ ୧୦ ଜଣଙ୍କ ନାମରେ ମୃତ ତ୍ରିନାଥଙ୍କ ଭାଇ ଭକ୍ତ ପ୍ରସାଦ ନାୟକ ମୈଦଲପୁର ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ତେଵେ ଏତଲାକୁ ଭିତ୍ତି କରି ଥାନା ଅଧିକାରୀ ଯୁଗଳ ଶବର ଏକ ମାମଲା ରୁଜୁ କରି ମୈଦଲପୁର ପୋଲିସ ଗ୍ରାମର ୫ ଜଣଙ୍କୁ ପଚରା ଉଚରା ପାଇଁ ଥାନାରେ ଅଟକ ରଖିଛି ଓ ଅନ୍ୟ ଅଭିଯୁକ୍ତ ମାନଙ୍କୁ ଖୋଜାଖୋଜି କରୁଥିବା ସୂଚନା ଦେଇଛନ୍ତି। ପୋଲିସ ଶବକୁ ଜବତ କରି ଶବ ବ୍ୟବଚ୍ଛେଦ ପାଇଁ ନବରଙ୍ଗପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ପଠାଇଛନ୍ତି। ସୂଚନା ଥାଉ କୁ ଦିନ ୩ଟା ସୁଦ୍ଧା ପୋଲିସ ପ୍ରଶାସନ ପକ୍ଷରୁ କୌଣସି ସବିଶେଷ ସୂଚନା କିମ୍ବା ସାମ୍ୱାଦିକ ସମ୍ମିଳନୀ କରିନଥିବା ବେଳେ ତଦନ୍ତ ଜାରି ରଖିଥିବା କହିଛନ୍ତି ଥାନା ଅଧିକାରୀ ।
