ଲାଞ୍ଜିଗଡ଼/କ୍ରାନ୍ତିକ୍ଷେତ୍ର (ସୌମ୍ୟ ରଞ୍ଜନ ପାତ୍ର) : କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ସ୍ଥିତ ରାଜୀବ ଗାନ୍ଧୀ ସେବା କେନ୍ଦ୍ର ପରିସରରେ କଳାହାଣ୍ଡି ମହାରାଣୀ କସ୍ତୁରୀକା ମୋଦିନୀ ଦେବୀ ଟ୍ରଷ୍ଟ ଏବଂ ଡାକ୍ତର ମୁରଲୀଧର ଚକ୍ଷୁ ଡାକ୍ତରଖାନା ଏଜୁକେସନ ଏଣ୍ଡ ହେଲଥ ଫାଉଣ୍ଡେସନ ଭୁବନେଶ୍ୱର ମିଳିତ ସହଭାଗୀତାରେ ମାଗଣା ଚକ୍ଷୁ ପରୀକ୍ଷା ଶିବିର ଅନୁଷ୍ଠିତ ହୋଇଯାଇଛି। କଳାହାଣ୍ଡି ମହାରାଜା ଅନନ୍ତ ପ୍ରତାପ ଦେଓଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଶିବିରରେ ଟ୍ରଷ୍ଟି ମହାରାଣୀ ରିତୁଜା କୁମାରୀ ଦେବୀ ଯୋଗଦେଇଥିଲେ। ଲାଞ୍ଜିଗଡ଼ ସରପଞ୍ଚ ସରସ୍ୱତୀ ମୁଣ୍ଡା, ସୁରେନ୍ଦ୍ର ପ୍ରତାପ ସିଂଦେଓ, ଲାଞ୍ଜିଗଡ଼ ପୂର୍ବତନ ସରପଞ୍ଚ ଚନ୍ଦ୍ରଧ୍ୱଜ ପେଶନିଆ, ଲାଞ୍ଜିଗଡ଼ ହରିହର ସାଂସ୍କୃତିକ ସେବା ସମିତି ସଭାପତି ରାଜେନ୍ଦ୍ର ପ୍ରତାପ ସିଂ ଦେଓ, ଭବାନୀପାଟଣାରୁ ଅଶୋକ କୁମାର ନେଗି, ସୁବାସ ମହାପାତ୍ର, ସୁବାଷ ଚନ୍ଦ୍ର ଅଗ୍ରୱାଲ, ଶିଶିର ପୁଜାରୀ ପ୍ରମୁଖ ଉପସ୍ଥିତ ଥିଲେ।ଉକ୍ତ ଶିବିରରେ ଡାକ୍ତର ମୁରଲୀଧର ଚକ୍ଷୁ ଡାକ୍ତରଖାନା ଭୁବନେଶ୍ୱରର ପକ୍ଷରୁ ଡ଼.ରିମା ସରିଆ, ରାଜେନ୍ଦ୍ର ନାଥ, ଶିବ ପ୍ରସାଦ ପଣ୍ଡା ଯୋଗ ଦେଇଥିବା ବେଳେ ଲାଞ୍ଜିଗଡ଼ ସିଏଚସି ପକ୍ଷରୁ ଡ. ନରେନ୍ଦ୍ର ନାଥ ଦାସ, ପ୍ରଭାତି ରାଉତ, ନିଳିମା ଡୁମଡୁମ, ଖେଗେଶ୍ୱର ରାଉତ, ଖୀରସିନ୍ଧୁ ହରିଜନ ଉପସ୍ଥିତ ରହି ସହଯୋଗ କରିଥିଲେ।ଶ୍ରୀମୁଖ ଅଗସ୍ତି, ଚନ୍ଦ୍ର ଧ୍ୱଜ ପେଶନିଆ ପରିଚାଳନାରେ ସହଯୋଗ କରିଥିଲେ। ଏହି ଶିବିରରେ ଲାଞ୍ଜିଗଡ଼ ବ୍ଳକ ବିଭିନ୍ନ ପଞ୍ଚାୟତରୁ ଆସିଥିବା ୧୧୨ ଜଣ ବୃଦ୍ଧ, ବୃଦ୍ଧା, ମହିଳା, ପୁରୁଷ ଓ ଛାତ୍ରଛାତ୍ରୀଙ୍କୁ ମାଗଣାରେ ଚକ୍ଷୁ ପରୀକ୍ଷା କରିବା ସହ ଡ୍ରପ ଓ ଔଷଧ ବଣ୍ଟନ କରାଯାଇଥିଲା।
