ଜାତୀୟ ରାଜପଥ ଉପରେ ବାଲି  ଓ ୫ ଫୁଟର ଖାଲ ; ବିପଦକୁ ଖୋଲା ଆମନ୍ତ୍ରଣ

ପାପଡାହାଣ୍ଡି/କ୍ରାନ୍ତିକ୍ଷେତ୍ର (କୈଳାସ ଚନ୍ଦ୍ର ବିଷୋୟୀ) : ଜାତୀୟ ରାଜପଥ ୨୬ର ମୁଖ୍ୟ ରାସ୍ତା ଉପରେ ଜିଓ କମ୍ପାନୀ ବାଲା ୪ଦିନ ହବ ମାଟିତଳୁ ପାଇପ ସଂଯୋଗ କରିବେ ବୋଲି ପ୍ରାୟ ୫ଫୁଟ ଗର୍ତ୍ତ ଖୋଳି ଛାଡିଦେଇଛନ୍ତି। ଯାହା ଫଳରେ ଉଭୟ ଯାତ୍ରୀ ଏବଂ ଗାଡିମଟର ଚଳାଚଳ ପ୍ରଭାବିତ ହେଉଥିବା ଦେଖିବାକୁ ମିଳିଛି। ଏପରି ଦୃଶ୍ୟ ଦେଖିବାକୁ ମିଳିଛି ମଇଦଲପୁର ସ୍ଥିତ ହାଟପଦା ନିକଟରେ। ହାଟପଦା ସ୍ଥିତ ବ୍ରିଜ଼ ର ଉଭୟ ପାର୍ଶ୍ୱରେ ଉକ୍ତ କମ୍ପାନୀ କର୍ମଚାରୀ ମାନେ ହିଁ ବାଲି ଗୋଦା କରି ରଖିଛନ୍ତି, ଉକ୍ତ ବ୍ରିଜ଼ ଟି ସଂକୀର୍ଣ୍ଣ ଅଟେ, ଦିନକୁ ହଜାର ହଜାର ଯାନବାହାନ ଯାତାୟାତ କରୁଥିବାବେଳେ ଏହା ସମ୍ପୂର୍ଣରୂପେ ବିପଦ କୁ ଡାକି ଆଣୁଥିବାର ଅନୁମାନ କରାଯାଉଛି। କମ୍ପାନୀର ମନଇଚ୍ଛା କାର୍ଯ୍ୟକୁ ଲୋକେ ନାପସନ୍ଦ କରୁଥିବା ବେଳେ ଅଂଚଳବାସୀ କୌଣସି ଦୁର୍ଘଟଣା ଘଟିବା ଆଶଙ୍କା ଥିବାରୁ ଭୟଭିତ ଅଟନ୍ତି। ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହୋଇଛି।