ଜଙ୍ଗଲ ନିଆଁ ନିୟନ୍ତ୍ରଣ ପାଇଁ ସମ୍ମନୟ ଓ କ୍ଷେତୀୟ କର୍ମଚାରୀଙ୍କୁ ତାଲିମ

ମ. ରାମପୁର/କ୍ରାନ୍ତିକ୍ଷେତ୍ର (ଉଦ୍ଧବ ପଣ୍ଡା) : କଳାହାଣ୍ଡି ଉତ୍ତର ବନଖଣ୍ଡ ମ. ରାମପୁର ବନାଞ୍ଚଳର ଭାଟେଲ କେନ୍ଦ୍ରୀୟ ଚାରା ଉତ୍ପାଦନ କେନ୍ଦ୍ର ଠାରେ କେନ୍ଦୁପତ୍ର ଓ ଅଗ୍ନିଶମ ବିଭାଗର ଅଧିକାରୀ ଓ କର୍ମଚାରୀ ମାନଙ୍କୁ ନେଇ ଏକ ସମ୍ମନୟ କାର୍ଯ୍ୟକ୍ରମ ଓ ଜଙ୍ଗଲ ବିଭାଗର କ୍ଷେତୀୟ କର୍ମଚାରୀ ମାନଙ୍କୁ ନେଇ ଆଗାମୀ ଗ୍ରୀଷ୍ମ ରେ ଜଙ୍ଗଲ ନିଆଁ କୁ ନିୟନ୍ତ୍ରଣ ପାଇଁ ଏକ ତାଲିମ ଶିବିର ଅନୁଷ୍ଠିତ ହୋଇଯାଇଛି। ଏଥିରେ ମ. ରାମପୁର ସହ ବନ ସଂରକ୍ଷକ ଅସିତ କୁମାର ଦାସ, ଅଗ୍ନିଶମ ବିଭାଗ ରୁ ଡିଲେଶ୍ୱର ଶବର, କେନ୍ଦୁପତ୍ର ବିଭାଗ ସୁଜନ ପାତ୍ର ସମେତ ସମସ୍ତ ସେକ୍ସନ ର ବନପାଳ, ବନରକ୍ଷୀ, ବନ କର୍ମଚାରୀ, ସହଯୋଗୀ ଅନୁଷ୍ଠାନ ଗ୍ରାମ୍ୟ ବିକାଶ ଅନୁଷ୍ଠାନର କର୍ମଚାରୀ ଉପସ୍ଥିତ ରହି ଆଗାମୀ ଗ୍ରୀଷ୍ମ ପ୍ରବାହ ରେ ଜଙ୍ଗଲ ନିଆଁ କୁ କମ କରାଯିବ ସେଥି ପାଇଁ ବୈଷୟିକ କୌଶଳ, ଜନ ସାଧାରଣ ଙ୍କୁ ସଚେତନ ସହ ବିଭିନ୍ନ ବିଭାଗ ସହ ସମ୍ମନୟ ବିଷୟରେ ତାଲିମ ଦିଆଯାଇଥିଲା।ଏଥିରେ ଦଳପତି ପ୍ରଦିପ କୁମାର ସାହୁ ପରିଚାଳନା କରିଥିବାବେଳେ ମଦନପୁର ସେକ୍ସନ ବନପାଳ ସମ୍ପଦ କୁମାର ଧନ୍ୟବାଦ ଅର୍ପଣ କରିଥିଲେ।