ମାଁ ହାଟଗୋଷିଆଣିଙ୍କ ବାର୍ଷିକ ମଣେଇ ଯାତ୍ରା

ଧର୍ମଗଡ଼/କ୍ରାନ୍ତିକ୍ଷେତ୍ର : କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ବ୍ଲକ ବେହେରାଗୁଡ଼ା ଠାରେ ମାଁ ହାଟଗୋଷିଆଣୀଙ୍କ ବାର୍ଷିକ ମଣ୍ଡେଇ ଯାତ୍ରା ମହାଆଡମ୍ବର ସହ ପାଳିତ ହୋଇଯାଇଛି। ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଆଖପାଖ ଗ୍ରାମର ସମସ୍ତ ଦେବାଦେବି ଙ୍କୁ ନିମନ୍ତ୍ରଣ ପାଇ ନିଜ ଲାଠି, କୁର୍ଶୀ , ପାଲିଙ୍କି ସହ କାଳିଶି ଲାଗି ମଣ୍ଡେଇ ଯାତ୍ରା କୁ ପହଞ୍ଚି ଗ୍ରାମ ପରିକ୍ରମା ସହ ଭକ୍ତ ମାନଙ୍କୁ ଦର୍ଶନ ଦେଇଥିଲେ। ଗ୍ରାମ ପୁଝାରୀ ମଧୁସୂଦନ ନାଏକ ସମସ୍ତ ଦେବାଦେବୀ ଙ୍କ ପୂଜାର୍ଚ୍ଚନା କରି ମଣ୍ଡେଇ ପଡ଼ିଆ କୁ ପାଛୋଟି ନେଇଥିଲେ। ଯାତ୍ରା ଦେଖିବା ପାଇଁ ଆଖପାଖ ଗ୍ରାମ ସମେତ ପଡୋଶୀ ରାଜ୍ୟ ଛତିଶ ଗଡ ଅଞ୍ଚଳରୁ ହଜାର ହଜାର ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥିଲା। ମା’ ଙ୍କ ଉପରେ ଗ୍ରାମବାସୀଙ୍କ ଅଗାଢ ବିଶ୍ୱାସ ଥିବାରୁ ପ୍ରତ୍ୟେକ ବର୍ଷ ଫାଲ୍ଗୁନ ମାସ ଗୁରୁବାର ଦିନଏହି ଯାତ୍ରା ପାଳନ ହୋଇଥାଏ। ସନ୍ଧ୍ୟା ସମୟରେ ସାଂସ୍କୃତିକ କାର୍ଯ୍ୟକ୍ରମ ସହ ରାତ୍ର ୧୦ ଘଣ୍ଟା ସମୟରେ ଦର୍ଶକଙ୍କ ମନୋରଞ୍ଜନ ପାଇଁ ନାଟକ ଅନୁଷ୍ଠିତ ହୋଇଥିଲା। ଏହି କାର୍ଯ୍ୟକ୍ରମ କୁ ସରପଞ୍ଚ ପ୍ରତିନିଧି ଗଗନେସ୍ଵର ବେମାଲ ଗ୍ରାମ ଗୌନ୍ତିଆ ରାଜିନ୍ଦ୍ର ପ୍ରସାଦ ପୋଡ଼, ଅନନ୍ତରାମ ପୋଡ଼, ନିଳକଣ୍ଠ ପୋଡ଼, ଶୋଭିତ ଗାନ୍ଧୀ, ଗଜିନ୍ଦ୍ର ଚିଲାଗୁନ,ରାଜକୁମାର ପୋଡ଼,ମହେଶ୍ୱର ବେମାଲ, ତ୍ରିନାଥ ପାଣିଗ୍ରାହୀ, ଅଖିଳ ଛତ୍ରିଆ, ଉପେନ୍ଦ୍ର ଠାକୁର, ଟଙ୍କଧର ପୋଡ଼, ଧବଳେଶ୍ୱର ଦାସ, ମହତରାମ ପୋଡ, ଗୋପବନ୍ଧୁ ପୋଡ଼,ରଥ ନାଏକ, ସିମାଞ୍ଚଲ ବାରିକ, ଦେବେନ୍ଦ୍ର ନାଏକ, ରବିଶଙ୍କର ବାରିକ ଓ ଖଗପତି ନିଆଲ ଏବଂ ଗ୍ରାମ ବାସୀ ସହଜୋଗ କରିଥିଲେ।